ଜନୈକା ଯୁବତୀଙ୍କ ଅର୍ଧ ଦଗ୍ଧ ଶବ ଠାବ , ହତ୍ୟା ସନ୍ଦେହ , ପୋଲିଶ ଓ ସାଣ୍ଟିଫିକ୍ ଟିମର ଖୋଳତାଡ ଆରମ୍ଭ

ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ବଗିହାବେର୍ଣ୍ଣା ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ବିଭତ୍ସ ଘଟଣା । ଜଣେ ୨୦ ରୁ ୩୦ ବର୍ଷ ବୟସ୍କା ଯୁବତୀଙ୍କୁ କେହି ଅଧା ପୋଡି ଫେରାର ହୋଇଯାଇଛି । ଗତକାଲି ଏହି ଘଟଣା ଘଟିଥିବା କଥା ତଳସରା ପୋଲିଶ ସନ୍ଦେହ କରୁଛି । ଆଜି ଅପରାହ୍ନରେ କେତେକ ସ୍ଥାନୀୟ ଲୋକେ ଉକ୍ତ ଶବକୁ ଦେଖି ତଳସରା ଥାନାକୁ ଜଣାଇଥିଲେ । ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ଶବକୁ ସଂରକ୍ଷିତ ରଖି ତଦନ୍ତ ଚଳାଇଛି । କେହି ବା କେତେ ଜଣ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବାପରେ ହତ୍ୟା କରି ଥାଇପାରନ୍ତି ବୋଲି ପୋଲିଶ ସନ୍ଦେହ କରୁଛି । ତେବେ ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣା ପଡି ନଥିବା କଥା ତଳସରା ଥାନା ଅଧିକାରୀ କହିଛନ୍ତି ।

Comments
Loading...