ଦିବ୍ୟାଙ୍ଗ ଯୁବତୀଙ୍କୁ ସେହି ଗ୍ରାମର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଦୁଷ୍କର୍ମ କରି ଫେରାର । ଥାନାରେ ମାମଲା ରୁଜ୍ଜୁ

ସୁନ୍ଦରଗଡ ଜିଲ୍ଲା ଧରୁଆ ଡିହି ଥାନା ଅନ୍ତର୍ଗତ ବାଉରୀଡିହିରେ ଏହି ଜଘନ୍ୟ କାଣ୍ଡ ଘଟିଛି । ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ତାଙ୍କ ସଂପର୍କୀୟ କାକା ୭ ମାସର ଗର୍ଭବତୀ କରାଇ ଫେରାର ମାରିଛନ୍ତି । ଯୁବତୀ ଜଣଙ୍କ କଥା କହି ପାରୁ ନଥିବା ସାଙ୍ଗକୁ ସେ ଏକୁଟିଆ ଘରେ ରହୁଥିବାର ସୁଯୋଗ ନେଇ ଏହି କାଣ୍ଡ ଘଟିଛି । ପୀଡିତା ଯୁବତୀଙ୍କ ବଡ ଭଉଣୀ ଓ ମା ଦିନ ମୁଜୁରିଆ ଭାବେ କାମ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି ବୋଲି ପୀଡିତା ଯୁବତୀଙ୍କ ବଡ ଭଉଣୀ କହିଛନ୍ତି । ତେବେ ଘଟଣା ଜଣା ପଡିବାପରେ ଗାଁ ନୀୟମ ଅନୁସାରେ ଗାଁରେ ଏହାର ସମାଧାନ କରିବାକୁ ଗତକାଲି ପଞ୍ଚ ସଦସ୍ୟ ବସିଥିଲା । ସେହିଠାରେ ମଧ୍ୟ ଅଭିଯୁକ୍ତ ଉପସ୍ଥିତ ରହି ତାଙ୍କ ଦୋଷ ସ୍ୱୀକାର କରିଥିଲେ । ହେଲେ, କାଗଜ କଲମରେ ଲେଖିବାକୁ କହିବାରୁ ସେ ବାହାନା କରି ସେହିଠାରୁ ଫେରାର ହୋଇ ଯାଇଛନ୍ତି ବୋଲି ପଞ୍ଚ ସଦସ୍ୟ କହିଛନ୍ତି । ପଞ୍ଚ ସଦସ୍ୟଙ୍କ ନିଷ୍ପତ୍ତି ମୁତାବକ ଅଭିଯୁକ୍ତ କାମ ନ କରିବାରୁ ପଞ୍ଚ ସଦସ୍ୟ ଓ ପୀଡିତା ସହ ତାଙ୍କ ପରିବାର ଲୋକେ ଆଜି ଧାରୁଆଡିହି ଥାନାର ଆଶ୍ରୟ ନେଇଛନ୍ତି । ଧରୁଆ ଡିହି ପୋଲିଶ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା କଥା ଜଣା ପଡିଛି ।

Comments
Loading...