କରୋନା ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରିଚାଲିଥିବା ବେଳେ I ନୂଆପଡା ଜିଲ୍ଲା କୋମନା ବ୍ଲକ ମଦର ଟେରେସା ସ୍ୱଚ୍ଛାସେବୀ ସଂଗଠନ ପଣ୍ଡରାପଥର ପକ୍ଷରୁ, ଚହକୋପଡା, ଯେଠୁପାଲି, ନୂଆଗାଁ, ପଣ୍ଡରାପଥର, ମହୁଲଭଟା,ଭଳି ବିଭିନ୍ନ ଗ୍ରାମ ମାନଙ୍କରେ ସଂଗଠନ ପକ୍ଷରୁ ଗରୀବ ଶ୍ରେଣୀ ଲୋକମାନଙ୍କୁ ମାକ୍ସ ସାନିଟାଇଜର, ବଣ୍ଟନ କରାଯିବା ସହ ଗ୍ରାମଞ୍ଚଳର ଲୋକମାନଙ୍କୁ କରୋନା ସଚେତନତା କରାଯାଇଥିଲା I ସରକାରଙ୍କ 14 ଦିନିଆ ଲକଡାଉନ ମାନିବା, ଘରୁ ବାହାରିଲେ ମାକ୍ସ ପିନ୍ଧିବା, ଭିଡ଼ ନ କରିବା, ଭିଡ଼ ଯାଗାରୁ ନିଜକୁ ଦୁରେଇ ରଖିବା, ବାହାରୁ ଆସିଲେ ସବୁନରେ ହାତ ଧୋଇବା , ଅଜଣା ଲୋକଙ୍କ ସହିତ କଥାବାର୍ତ୍ତା ନହେବା, ଥଣ୍ଡା, ଜ୍ୱର, କାସ, ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଓ କରୋନା ଟେଷ୍ଟ କରାଇ ନେବା ଉଚିତ, କରୋନା ଟୀକା ନେବାରେ ଅବହେଳା ନ କରିବା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସଂଗଠନ ର ସମ୍ପାଦକ ଶେଷଦେବ ପ୍ରଧାନୀ,ପରିଚାଳନା କରିଥିବା ବେଳେ କ୍ଷେମା ଭୋଇ,ରଥ ମାଝୀ, ଚେତୁରାମ ପ୍ରଧାନୀ,ଥବିର ଶବର,ଫକୀର ରାଉତ,ଓ ଗ୍ରାମର ସ୍ୱଚ୍ଛାସେବୀ ପ୍ରମୁଖ ସହଯୋଗ କରିଥିଲେ I

Comments
Loading...