ସାପ୍ତାହିକ ହାଟରେ ପୋଲିସ କରାଇଲା ସଚେତନ

ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟେତ ସ୍ଥିତ ସାପ୍ତାହିକ ବଜାରରେ କରୋନାର ଭୟଙ୍କର ପ୍ରଭାବକୁ ଦୃଷ୍ଟିରେ ରଖି ରାଏବଗା ଥାନା ଅଧିକାରିଣୀ ହେରମନି ବସ୍କି ଓ ଏସଆଇ ହରି ବେକଙ୍କ ନିର୍ଦ୍ଦେଶରେ ସୁଶିଲ କୁମାର ନେଟିଙ୍କ ସହିତ ତାଙ୍କ ସହଯୋଗୀ ମାନେ ଜନ ସଚେତନ କରାଇଥିଲେ । ମାକ୍ସ ପିନ୍ଧିବା ବାରମ୍ବାର ହେଣ୍ଡ ୱାସ ଓ ସାବୁନରେ ହାତ ଧୋଇବା ଏବଂ ସାମାଜିକ ଦୁରତା ରଖିବା ପାଇଁ ମାଇକିଂ ଦ୍ୱାରା ଅୱାର୍ନେସ କରିଥିଲେ । ଲୋକମାନେ ମଧ୍ୟ ସାମାଜିକ ଦୁରତା ରଖିବା ପାଇଁ ଅନ୍ୟ ମାନଙ୍କୁ ପରାମର୍ଶ ଦେବା ସହ ନିଜ ନିଜ ଭିତରେ ଲୋକଙ୍କୁ ବୁଝାଇ ବାକୁ ଚେଷ୍ଟା କରିଥିଲେ ।

Comments
Loading...