ଭୁଲ ଚିକିତ୍ସା ଯୋଗୁଁ ୧୪ ବର୍ଷର ନାବାଳକ ନବଜିତ ଶାରୀରିକ ଅକ୍ଷମ

ମାଲକାନଗିରି: ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ 14 ବର୍ଷର ନାବାଳକ ନବଜିତ ମଣ୍ଡଳ ବର୍ତ୍ତମାନ ଶାରୀରିକ ଅକ୍ଷମ l ଏପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MPV-83 ଗ୍ରାମରେ l ଦିନେ ପୁଅର ଅଣ୍ଟା ତଳେ ବଥା ହେବାରୁ ପରିବାର ଲୋକ ସ୍ଥାନୀୟ ଡାକ୍ତର ଦ୍ଵାରା ପୁଅର ଚିକିତ୍ସା କରେଇଥିଲେ l ସେଠାରେ ଭଲ ନ ହେବାରୁ ପୁଅକୁ ଭଦ୍ରଚଲମ୍ ଓ ପରେ ରାଜମନ୍ଦିର ଅରବିନ୍ଦ ଚିକିତ୍ସାଲୟ କୁ ନେଇଥିଲେ l ରାଜମନ୍ଦିର ଅରବିନ୍ଦ ହସ୍ପିଟାଲରେ ପୁଅର ଭୁଲ ଚିକିତ୍ସା ହେବାରୁ ନବଜିତର ହାତ ଗୋଡ଼ ସବୁ ବଙ୍କା ହେଇ ନବଜିତ ଗୁରୁତର ହେଇଯାଇଥିଲା l ପୁଅକୁ ଗୁରୁତର ଦେଖିବା ପରେ ବାପା ତରୁଣ ଓ ମାଆ ଗୋଲାପୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ l ବାପା ଦିନ ମଜୁରୀ କାମ କରି ପୁଅର ଚିକିତ୍ସା ନିମନ୍ତେ ମାଲକାନଗିରି, ମାଥିଲି, କୋରାପୁଟ,ବ୍ରହ୍ମପୁର ସବୁ ଚିକିତ୍ସାଲୟକୁ ବୁଲିଲା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ l ଶେଷରେ ଖବର ପାଇଁ କଟକ ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସା ନେଇଥିଲେ ସେଠାରେ ଚିକିତ୍ସା ହେବା ପରେ ପୁଅ ବର୍ତ୍ତମାନ ସୁସ୍ଥ ହେଇଛି l ଡାକ୍ତରଙ୍କ ପରାମର୍ଶ ଅନୁସାରେ ପୁଅକୁ ଦୁଇଟି ଇନଜେକସନ ନେବାକୁ ପଡିବ,ତେଣୁ ମାସକୁ ଥରେ କଟକ ମୁଖ୍ୟ ଚିକିତ୍ସାଲୟକୁ ନେବାକୁ ପଡୁଛି lହେଲେ ଭାଗ୍ୟର ବିଳମ୍ବନା କରୋନା ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ରାଜ୍ୟ ବ୍ୟାପି ବର୍ତ୍ତମାନ ଲକଡାଉନ ହେଇଛି l ଗାଡି ମଟର ଆଦି ଯାତାୟାତ ଠପ l ଏହି ସମୟରେ ନବଜିତର ଔଷଧ ମଧ୍ୟ ସରିଯାଇଛି , ଔଷଧ ନ ଖାଇଲେ ନବଜିତ ଗୁରୁତର ହେଇଯାଉଛି l ପୁଅର ବାପା ତରୁଣ ମଣ୍ଡଳ ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବାରୁ ସେ ପୁଅର ଚିକିତ୍ସା ଆଉ ଠିକ ଭାବରେ କରି ପାରୁନାହାନ୍ତି l ସରକାରୀ ସହାୟତା କିଛି ମିଳିଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ ପ୍ରଶାସନ ପାଖରେ ନିବେଦନ କରିଛନ୍ତି l

Comments
Loading...