ଆରଏସପିରୁ ରେଳ ଯୋଗେ ହରିଆଣା ରାଜ୍ୟକୁ ଗଲା ୭ଟି ଅମ୍ଳଜାନ ଗ୍ୟାସ ଟେଙ୍କର୍

ରାଉରକେଲା ଇସ୍ପାତ କାରଖାନା ତରଫରୁ ଆଜି ୭ ଟି ଟେଙ୍କରରେ ଅମ୍ଳଜାନ ଗ୍ୟାସ ଭରି ରେଳ ଯୋଗେ ହରିୟାଣା ରାଜ୍ୟକୁ ପଠାଯାଇଥିବା ଜଣାପଡିଛି । ହରିଆଣା ସରକାରଙ୍କ ଅନୁରୋଧ କ୍ରମେ ତଥା କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ରାଉରକେଲା ଇସ୍ପାତ କାରଖାନାରେ ଲାଗିଥିବା ୭ ଟି ଟେଙ୍କରରେ ଅମ୍ଳଜାନ ଗ୍ୟାସ ଭରି ମାଲବାହୀ ରେଳଯୋଗେ ରାଉରକେଲା ରେଳବାଇ ଷ୍ଟେସନ ନିକଟସ୍ତ ମାଲଗୋଦାମ ରେଳ ଧାରଣାରୁ ସମସ୍ତ ଟେଙ୍କର୍ ଲୋଡ କରି ପୂର୍ଣ୍ଣ ସୁରକ୍ଷା ସହ ପୋଲିଶ ପ୍ରଶାସନର କଡା ସୁରକ୍ଷା ବଳୟରେ ହରିଆଣା ରାଜ୍ୟକୁ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ସକାସେ ଏହି ଅମ୍ଳଜାନ ଗ୍ୟାସ ପଠାଯାଉଛି । ଯିବା ସମୟରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତିର ମୁକାବିଲା ସକାସେ ରେଳବାଇ ପୋଲିଶ ଓ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସଦା ସର୍ବଦା ସଚେତନ ରହିଥିବା ଜଣାପଡିଛି । ତେବେ ଓଡିଶା ବ୍ୟତୀତ ବିଭିନ୍ନ ରାଜ୍ୟକୁ ଶହ ଶହ ଅମ୍ଳଜାନ ଗ୍ୟାସ ଭର୍ତ୍ତି ଟେଙ୍କର୍ କରୋନା ରୋଗୀଙ୍କ ସକାସେ ରାଉରକେଲା ଇସ୍ପାତ କାରଖାନାରୁ ପଠାଯାଉଥିବା ପରିଲକ୍ଷିତ ହୋଇଛି । ଏହି ଟେଙ୍କର୍ ପଠାଇବା ସମୟରେ ରାଉରକେଲା ଇସ୍ପାତ କାରଖାନାର ଅଧିକାରୀ , ରେଳବାଇ ବିଭାଗର ଅଧିକାରୀ , ସହକର୍ମୀ ଓ ରେଳବାଇ ପୋଲିଶଙ୍କ ଉପସ୍ଥିତିରେ ଟେଙ୍କର୍ ଛଡା ଯାଇଥିବା ଜଣାପଡିଛି ।

Comments
Loading...