ଦନ୍ତାହାତୀ ଦଳାରେ ଜନୈକ ଯୁବକ ଇହଲୀଳା ସମ୍ବରଣ କଲେ

ଜଙ୍ଗଲୀ ଦନ୍ତାହାତୀ ନେଇଗଲା ଆଉ ଏକ ଯୁବକର ଅମୂଲ୍ୟ ଜୀବନ ।ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ପରମ ସାହିରେ ହାତୀ ଆକ୍ରମଣରେ ସ୍ୱାମୀ ମୃତ ସ୍ତ୍ରୀ ଆହତ । ଜଙ୍ଗଲକୁ ସ୍ୱାମୀ ସ୍ତ୍ରୀ ଯାଇଥିବା ବେଳେ ହାତୀ କରିଥିଲା ଆକ୍ରମଣ ।କୋଇଡା ରେଞ୍ଜ ଓରାଘାଟ ଗ୍ରାମର ପାରମ୍ ବସ୍ତିର ବାସିନ୍ଦା ସ୍ୱାମୀ ସ୍ତ୍ରୀ କୌଣସି ଏକ କାର୍ଯ୍ୟରେ ସ୍ଥାନୀୟ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ର ହାବୁଡ଼ରେ ପଡିଥିଲେ । ସ୍ତ୍ରୀ ଗଭୀର ଆହତ ହୋଇ ସେଠାରୁ ଘରକୁ ଫେରିଥିବା ବେଳେ ସ୍ୱାମୀକୁ ଦନ୍ତା ଦଳି ଦେବା ସହିତ ପେଟରେ ଦାନ୍ତ ପଶି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବନ ବିଭାଗୀୟ ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତ ସ୍ତ୍ରୀ କୁ କୋଇଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡିଛି । ହାତୀ ଦଳାରେ ମୃତ୍ୟୁ ବରଣ କରିଥିବା ଯୁବକ ଜୟପାଲ୍ ପୂର୍ତ୍ତି (୩୫) । ଆହତ ତାଙ୍କ ସ୍ତ୍ରୀ ଗୁରୁବାରୀ ପୂର୍ତ୍ତି ଓ ପାଞ୍ଚୋଟି ଶିଶୁ ବୋଲି ଜଣାପଡିଛି ।

Comments
Loading...