ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କଲା ହିନ୍ଦୁ ମହାସଂଘ

ଗତ ମେ ୫ ତାରିଖ ରେ ଏକ ଭର୍ଚ୍ୟୁଆଲ ବୈଠକ ରେ ହିନ୍ଦୁ ମହାସଂଘ ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ପଶ୍ଚିମବଙ୍ଗ ର ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ଧର୍ମ ର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଏହି ବୈଠକ ରେ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, କେନ୍ଦ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ, ଆଇନ୍ ପରାମର୍ଶଦାତା ଅରୁଣ ନାୟକ, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା, ପ୍ରବକ୍ତା ଶ୍ରୀ ରାମ ମୁଦୁଲି, ମିଡ଼ିଆ ପ୍ରଭାରୀ ପ୍ରଭାତ ସୁନା, ବହ୍ଲବ ପାଢି, ଅବିଭକ୍ତ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଯୁଗଳ ପାଢ଼ୀ, ହିନ୍ଦୁ ବାଦି ନେତା ସୁବ୍ରତ ମିଶ୍ର,ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ପଦ୍ମନ ଲମତା ତଥା ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ, ଅବିଭକ୍ତ କଳାହାଣ୍ଡି ଜିଲ୍ଲା ର ଏବଂ ଅନ୍ୟାନ୍ୟ ଜିଲ୍ଲା ଏବଂ ଛତିଶଗଡ଼ ର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ବୈଠକ ର ଆଲୋଚନା ଓ ନିଷ୍ପତ୍ତି ପ୍ରକାରେ ଆଜି ଓଡିଶା ର ବିଭିନ୍ନ ଅଞ୍ଚଳ ରୁ ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲା ରୁ କାର୍ଯ୍ୟକର୍ତ୍ତା ମାନେ ପଶ୍ଚିମବଙ୍ଗ ରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଅନୁରୋଧ କରି ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀ ଙ୍କୁ ପତ୍ର ଡାକ ଯୋଗେ ପଠାଇଛନ୍ତି। ଏହି କାର୍ଯ୍ୟକୁ ଜୟପୁର ସହର ରୁ ହିନ୍ଦୁ ମହାସଂଘ ପ୍ରବକ୍ତା ଶ୍ରୀରାମ ମୁଦୁଲି ଶୁଭାରମ୍ଭ କରିଥିଲେ। ଆଗାମୀ କିଛିଦିନ ମଧ୍ୟରେ ଏହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିବା ପାଇଁ ଯୁବ ହିନ୍ଦୁ ମହାସଂଘ ର ଅବିଭକ୍ତ କୋରାପୁଟ ଜିଲ୍ଲା ସାଧାରଣ ସଂପାଦକ ରମେଶ ଅନକା ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।

Comments
Loading...