ଆଜିର ରାଶିଫଳ ରବିବାର ୦୯ ମଇ ୨୦୨୧

ମେଷ:ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ଧନ ଲାଭର ଯୋଗ ରହିଛି । କୌଣସି ନୂଆ ଯୋଜନାର ଆରମ୍ଭ କରି ପାରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ରହିବ । ଆପଣ ନିଜ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ତେବେ ନିଜ ଜୀବନରେ ସଫଳତା ପାଇ ପାରିବେ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣ ସାଙ୍ଗ ସାଥିଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରିବେ ।
ମିଥୁନ: ଏହି ରାଶିର ଲୋକମାନେ ନିଜ ଘର ପାଇଁ କୌଣସି ନୂଆ ଜିନିଷ ଆଣିପାରନ୍ତି । ଆପଣଙ୍କ ଚେଷ୍ଟାର ଫଳ ଆପଣଙ୍କୁ ମିଳିପାରେ । ଆପଣଙ୍କର ସମସ୍ତ ମାନସିକ ଚିନ୍ତା ଦୂର ହେବ । କୌଣସି ବ୍ଯକ୍ତିର ସହଯୋଗରେ ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ଯାହା ଆପଣଙ୍କ ଭବିଷ୍ୟତରେ କାମରେ ଆସିପାରେ । ନିଜ ବ୍ୟବସାୟରେ ପଇସା ଖର୍ଚ୍ଚ କରିଲେ ଭଲ ଲାଭ ମିଳିବ । କୌଣସି ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଆପଣ ଭୁଲି ପାରନ୍ତି । ତେଣୁ ସେଥି ପ୍ରତି ଧ୍ୟାନ ଦେବେ । ଆପଣ ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି ।
ସିଂହ:ଏହି ରାଶିର ଲୋକମାନେ ନିଜ ପରିବାର କୌଣସି ସମାରୋହରେ ଯୋଗ ଦେବେ । ଯାହା ଦ୍ଵାରା ଆପଣ କିଛି ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ । କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । କୌଣସି ମନୋରଞ୍ଜନ କାର୍ଯ୍ୟ କ୍ରମରେ ଯୋଗ ଦେବାକୁ ସମୟ ବାହାର କରନ୍ତୁ । ବିଦେଶ କମ୍ପାନୀରେ କାମ କରୁଥିବା ଲୋକ ମାନଙ୍କର ସ୍ଥିତି ଅନୁକୂଳ ରହିବ । ଆପଣଙ୍କୁ ନିଜ ସହ କର୍ମୀ ଓ ପ୍ରିୟଜନ ମାନଙ୍କ ସହ ଯୋଗ ମିଳିବ । ଯାହା ପାଇଁ ଆପଣ ନିଜ ଜୀବନରେ ଆଗକୁ ବଢି ପାରିବେ । କୌଣସି କାନୁନି ମାମଲାକୁ ନେଇ ଆପଣ ମାନସିକ ଚିନ୍ତାରେ ରହିବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ।
ତୁଳା:ଏହି ରାଶିର ଲୋକମାନେ ନିଜ କାମରେ ଅଧିକ ପରିଶ୍ରମ କରିବା ସହ ସମୟ ମଧ୍ୟ ନେବେ । ଅଫିସରେ ଆପଣ ସମସ୍ତଙ୍କ ସହ ଭଲ ବ୍ୟବହାର କରିବେ । ଯାହା ଦ୍ଵାରା ଆପଣ ପ୍ରଶଂସାର ପାତ୍ର ହେବେ । ନିଜ ପ୍ରିୟଜନ ମାନଙ୍କର ଧ୍ୟାନ ରଖିବା ସହ ପଶୁ ପକ୍ଷୀ ମାନଙ୍କର ଧ୍ୟାନ ରଖିବାକୁ ଚେଷ୍ଟା କରନ୍ତୁ । ନିଜର ଗୁରୁତ୍ବପୂର୍ଣ ଜିନିଷକୁ ସତର୍କତା ସହ ରଖନ୍ତୁ । ଡେରିରେ ହେଉ ପଛେ କିନ୍ତୁ ଆପଣଙ୍କୁ ନିଜ ପରିଶ୍ରମର ଫଳ ମିଳିବ । ଧନ ଲାଭର ଯୋଗ ରହିଛି । ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠାର ମାନ ବଢିବ।
ଧନୁ: ଏହି ରାଶିର ଲୋକ ମାନଙ୍କର ସମାଜରେ ମାନ ସମାନ ବୃଦ୍ଧି ହେବ । ଆପଣ ଏହି ସମୟରେ ଏମିତି ଖେଳ ଉପରେ ଧ୍ୟାନ ଦେବେ ଯେଉଁଥିରେ ମୁଣ୍ଡ ଖର୍ଚ୍ଚ କରିବାକୁ ପଡିଥାଏ । ସେଥିରେ ଆପଣ ସଫଳ ମଧ୍ୟ ହେବେ । କୌଣସି ସମସ୍ଯା ହେବାରୁ ଆପଣଙ୍କ ଯାତ୍ରାରେ ବିଳମ୍ବ ଦେଖା ଯିବ । ନିଜର ବ୍ୟସ୍ତତା ଭିତରୁ ବାହାରି ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରିଥାନ୍ତି ସେମାନଙ୍କର ଧ୍ୟାନ ରଖିବା ସହ ତାଙ୍କ ସହ କିଛି ସମୟ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ । ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାକୁ ପ୍ରୟାସ କରନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନେ କାହାକୁ ଭଲ ପାଉଥିଲେ ତାଙ୍କୁ ନିଜ ମନ କଥା କହିବା ପାଇଁ ଆଜି ଦିନଟି ଶୁଭ ଅଟେ । ନିଜ ଉପରେ ଭରସା ରଖି କୌଣସି ନୂଆ କାମର ଶୁଭାରମ୍ଭ କରିବେ । ନିଜ ଜୀବନ ସାଥି ଓ ପିଲା ମାନଙ୍କ ସହ କୌଣସି ମନୋରଞ୍ଜନ କାର୍ଯ୍ୟ କ୍ରମରେ ସମୟ ବିତାଇବେ । ଦାଂପତ୍ଯ ଜୀବନରେ ସୁଧାର ଆସିପାରେ । କଠିନ ପରିଶ୍ରମ କରିଥିବା ଲୋକଙ୍କୁ ସଫଳତା ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ । ଆପଣଙ୍କୁ ମିଳୁଥିବା ଅବସରକୁ ସଦୁପଚାର କରନ୍ତୁ । ତେବେ ଆପଣ ଆପଣଙ୍କ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହେବ ଓ ନୂଆ ବିକଳ୍ପ ମିଳିପାରେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...