ମାତୃଦିବସ ଅବସରରେ ସହାୟତା ର ହାତ ବଢ଼ାଇଛି କଲାରୁଦ୍ର ଯୁବକସଙ୍ଘ

ସାରା ବିଶ୍ୱରେ କରୋନା ର ଦ୍ଵିତୀୟ ଲହର କାୟା ବିସ୍ତାର କରିଚାଲିଥିବା ବେଳେ ରାଜ୍ୟ ସରକାର ୧୪ଦିନିଆ ଲକଡାଉନ ଘୋଷଣାଜାରି କରିଛନ୍ତି । ଅନେକ ଗରିବ ନିରୀହପରିବାର ରୋଜଗାର ହରାଇ ଭୋକ ଉପାସରେ ଦିନକାଟୁ ଥିବାବେଳେ ଏ ପରିପ୍ରେକ୍ଷୀରେ ସହାୟତା ର ହାତବଢାଇ ଛି କରଲାମୁଣ୍ଡା ବ୍ଲକ ର କଳାରୁଦ୍ର ଯୁବକ ସଙ୍ଘ । ଗତ ବର୍ଷ ମଧ୍ୟ କରୋନା ର ପ୍ରଥମ ଲହରିରେ ଘର ଘର ଯାଇ ମାସ୍କ ସାନିଟାଇଜ ବଣ୍ଟନ କରି ସଚେତନତା ବାର୍ତା ଦେବା ସହିତ ଅସହାୟ ଙ୍କୁ ସାହାଯ୍ୟ କରିଥିବା ଚର୍ଚ୍ଚା କୁ ଆସିଥିଲା । ଚଳିତ ବର୍ଷ ମଧ୍ୟ କେତେକ ଅସହାୟ ପରିବାର ଙ୍କୁ ରାସନ ସାମଗ୍ରୀ ବଣ୍ଟନକରି ଥିବାରୁ ଏମିତି ମହତ୍ଵ କାମ କୁ ଦେଖି କଲାରୁଦ୍ର ଯୁବକ ସଙ୍ଘ ଙ୍କୁ ଜନସାଧାରଣ ମହଲ ରେ ଢେର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । କଲାରୁଦ୍ର ଯୁବକ ସଙ୍ଘ ର ସଭାପତି ତଥା ନୂତନ ନେହେରୁ ଯୁବକେନ୍ଦ୍ର ସ୍ବେଛାସେବୀ ସନତ କୁମାର ସାହୁ , ସମ୍ପାଦକ ସଞ୍ଜୀବ ସାହୁଙ୍କ ନିର୍ଦେଶ କ୍ରମେ ସହାୟତା କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ରେସଵ ସାହୁ, ସହଯୋଗୀ-ରମେଶ ସାହୁ, ଦୁର୍ବାଦଲ ସାହୁ ତଥା ସାମ୍ବାଦିକ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Loading...