ଗାଁ ରେ କଙ୍ଗାରୁ କୋର୍ଟ ନିଆଁ ପାଣି ବାସନ୍ଦ ହୋଇ ଭିଟାମାଟି ଛାଡିଲେ 40 ପରିବାର

ଅତ୍ୟାଧୁନିକ ଯୁଗ ରେ ଗାଁ ଗାଁ ରେ ବସୁଛି କଙ୍ଗାରୁ କୋର୍ଟ ।ନିଆଯାଉଛି ଅଜବ ନିଷ୍ପତ୍ତି ଆଉ ଲୋକଙ୍କୁ କରାଯାଉଛି ନିଆଁ ପାଣି ବାସନ୍ଦ।ବାଧ୍ୟ ହୋଇ ଭିଟା ମାଟି ଛାଡ଼ୁଛନ୍ତି ଲୋକେ। ଦେଖିବା ଚେତନା ମିଡ଼ିଆ ର ଏକ୍ସସିଲୁସିଭି ରିପୋଟ।
ଏଭଳି ଘଟଣା ଦେଖିବାକୁ ମିଳିଛି ପୁରିଜିଲା କୃଷ୍ଣପ୍ରସାଦବ୍ଲକ ମହିଂସା ବରଂପୁର ରେ। ବମ୍ବେଇ ଲଡୁ ରୁ ପିଲା କଳି ହରିଜନ ହୋଇଥିବା ରୁ ଗ୍ରାମବାସୀ ଙ୍କ ଅଜବ ନିଷ୍ପତ୍ତି। ଗାଁ ରେ କଙ୍ଗାରୁ କୋର୍ଟ ପ୍ରଥମେ ଗାଁରୁ ନିଆଁ ପାଣି ବାସନ୍ଦ ଓ ଦୋକାନ ବଜାର ମନା ପରେ ଧମକ ଚମକ ଶେଷରେ ଭୟରେ ନିଜ ଭିଟାମାଟି ଛାଡି ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁର ରେ ପଡିରହିଛନ୍ତି ପ୍ରାୟ 40 ଟି ହରିଜନ ପରିବାର ।ମୁଣ୍ଡ ଗୁଞ୍ଜିବାକୁ ତମ୍ବୁପାଲ ଟଣା ଘର ଖଣ୍ଡେ କରି ଦୀର୍ଘ ଏକମାସ ହେବ ଜୀବନ ବିତାଉଛନ୍ତି ପ୍ରାୟ ଶତାଧିକ ପୁରୁଷ ଓ ମହିଳା। ଏମାନଙ୍କ କୋହ ଭରା କାହାଣୀ ଶୁଣିଲେ ଅନୁଭବ କରିହେଉଛି କେତେ ଅମାନୁଷିକ ବରଂପୁର ଗ୍ରାମବାସୀ।ଏହି ହରିଜନ ସମ୍ପ୍ରଦାୟର ଲୋକେ ପୂର୍ବରୁ ଗ୍ରାମବାସୀ ଙ୍କ ସଵାରୀ ବୋହିବା କାମ କରି ଚଳୁଥିଲେ।ହେଲେ ଏହି ସମ୍ପ୍ରଦାୟର କିଛି ଶିକ୍ଷିତ ଯୁବଗୋଷ୍ଠୀ ଏହି କାର୍ଯ୍ୟକୁ ଵିରୋଧ କରିବାରୁ ଗ୍ରାମରେ ଛକା ପଞ୍ଝା ଲାଗିରହିଥିଲା।କିଛିଦିନ ପୂର୍ବେ ଏକ ବମ୍ବେଇ ଲଡୁ ଖାଇବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ବିବାଦ ।ବିବାଦ କ୍ରମଶଃ ଉଗ୍ରରୂପ ନେବାରୁ ଗାଁ ରେ ବସିଥିଲା କଙ୍ଗାରୁ କୋର୍ଟ।ନିଆଁ ପାଣି ଠାରୁ ଆରମ୍ଭ କରି ଦୋକାନ ବଜାର ସହିତ ଚିଲିକାରେ ମାଛ ମାରିବାକୁ ବିରୋଧ କରିଥିଲେ ଗ୍ରାମବାସୀ।ଶେଷରେ ରାତା ରାତି ନିଜର ଭିଟା ମାଟି ଛାଡି ଥିଲେ ଏମାନେ।ବାରମ୍ବାର ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ନାଁ ମିଳୁଛି ପ୍ରଶାସନିକ ସହାୟତା ନାଁ ମିଳୁଛି ନ୍ୟାୟ।କରୋନା ଭଳି ମହାମାରୀ ସମୟରେ ଭୋକ ଉପାସରେ ଛୋଟ ପିଲାଛୁଆ ଙ୍କୁ ଧରି ଡ଼ହ ଡ଼ହ ଖରା ରେ ନ୍ୟାୟ ଅପେକ୍ଷାରେ ପଡିରହିଛନ୍ତି ଦଳିତ ପରିବାର।

ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ଥାନା ଏବଂ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କାହିଁକି ନିରବଦ୍ରଷ୍ଟା ଜିଲା ପ୍ରଶାସନ। ଏଭଳି ଅମାନୁଷିକ କାର୍ଯ୍ୟ ଘଟାଇଥିବା ଦୋଷୀ ଙ୍କ ବିରୁଦ୍ଧରେ ସରକାର ଙ୍କ କାର୍ଯ୍ୟାନୁଷ୍ଠାନ କେବେ..?

Comments
Loading...