କୋମନା ବ୍ଲକର ଗାଁ ଗାଁ ବୁଲି ଲୋକଙ୍କୁ କୋରୋନା ସମ୍ପର୍କରେ ସଚେତନତା ବାର୍ତ୍ତା ଦେଉଛନ୍ତି

ନୂଆପଡା ଜିଲ୍ଲାର କୋମନା ବ୍ଲକର ଗାଁ ଗାଁ ବୁଲି ଲୋକଙ୍କୁ କରୋନା ସମ୍ପକରେ ସଚେତନ କରୁଛନ୍ତି I କୋମନା ବ୍ଲକ ରଘୁପାଲି ଗାଁର କଳାକାର ଶ୍ରୀ- ଧନୁ ହଂସ ଓ ତାଙ୍କ ସାଥି ଯଦୁମଣି ହଂସ I ମହାମାରୀ କରୋନା ର ଦ୍ୱତୀୟ ଲହରୀରେ ଅନେକ ଲୋକ ନିଜ ଜୀବନକୁ ହରାଉଥିବା ବେଳେ ଦୁଇ ଜଣ କଳାକାର ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି I ପ୍ରଚଣ୍ତ ଖରା ତାପକୁ ଖାତିର ନକରି ଲୋକଙ୍କୁ ମାକ୍ସ ବିନ୍ଧିବା, ସାମଜିକ ଦୂରତା ବଛାଇ ରଖିବା, ସାନିଟାଇଜର ବାରମ୍ବାର ବ୍ୟବହାର କରିବା , ସାବୁନରେ ବାରମ୍ବାର ହାତ ଧୋଇବା ଏବଂ ଭେକସିନ ନେବା ପାଇଁ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି I ଦୁଇ କଳାକାରଙ୍କ ଚେଷ୍ଟାକୁ ଲୋକେ ପ୍ରଶଂସା କରୁଛନ୍ତି I

Comments
Loading...