ରାଉରକେଲା ସହରରେ ଦେଶୀ ବିଦେଶୀ ମଦ ଜବତ , ୩ ଗିରଫ

କରୋନା ମହାମାରୀ ଯୋଗୁଁ ରାଉରକେଲା ସହରରେ କୋକୁଆ ଭୟ ଲାଗିରହିଛି । ଏହାକୁ ନେଇ ୧୪ ଦିନିଆ ଲକ ଡାଉନ ସାଙ୍ଗକୁ ସପ୍ତା ହାନ୍ତ ସଟଡାଉନ ଚାଲିଥିବା ସମୟରେ ଚୋରାରେ ମଦ ବିକ୍ରି ଓ ଚାଲାଣ ହେଉଛି । କୌଣସି ସୂତ୍ରରୁ ଖବର ପାଇ ରାଉରକେଲା ସ୍ଥିତ ଅବକାରୀ ଅଧିକାରୀ ଓ ସହକର୍ମୀ ଡେଲିମାର୍କେଟର ମାଛ ବଜାର , ଟ୍ରାଫିକଗେଟ , ଆମ୍ବାଗାନ ଓ ସେକ୍ଟର–୬ର ଏଚ୍ ବ୍ଲକ ଅଞ୍ଚଳରେ ଚଢାଉ କରି ଦେଶୀ ବିଦେଶୀ ମଦ ବିକ୍ରି ଓ ଚାଲାଣ କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଥିଲେ । ଚୋରାରେ ମଦ ବେପାର କରୁଥିବା ଅଭିଯୁକ୍ତ ମାନଙ୍କ ଠାରୁ ୧୨୦ ବୋତଲ ବିଅର ଯାହା ୯୦ . ୬୫୦ ଲିଟର , ୨୦ ବୋତଲ ବିଦେଶୀ ମଦ ସହ ୪୦ ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ପରିଲକ୍ଷିତ ହୋଇଛି । ଏ ନେଇ ଅବକାରୀ ବିଭାଗୀୟ କାର୍ଯ୍ୟାଳୟରେ ୩ ଟି ମାମଲା ରୁଜୁ ହୋଇଛି । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Comments
Loading...