ଜମି ବିବାଦକୁ ନେଇ ଭାଇ କୁ ହତ୍ୟା କଲା ଭାଇ,ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅଧିନ ବଡ଼ମାଳ ଗ୍ରାମରେ ନିଜ ଭାଇକୁ ହତ୍ୟା କଲା ନିଜ ଭାଇ ବୋଲି ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ଖବର ପାଇବା ପରେ ଘଟଣା ସ୍ଥାନରେ ସଇଁନ୍ତଳା ପୁଲିସ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡ଼ିଛି । ସୂଚନା ମତେ ବଡ଼ମାଲ ଗ୍ରାମର ଦେବରାଜ ଭୋଇଙ୍କୁ ଜମି ବିବାଦ କୁ ନେଇ ନିଜ ଭାଇ ହତ୍ୟା କରି ଥିବା ଜଣାପଡିଛି । ତେବେ ବଡ଼ମାଳ ଗ୍ରାମର ଗୋଟିଏ ପରିବାର ମଧ୍ୟରେ ଦୁଇ ଭାଇ ଜମି ବାଡ଼ି କୁ ନେଇ ଦୀର୍ଘ ଦିନରୁ କଲହ ଲାଗି ରହିଥିଲା । ତେବେ ଟିକେଚନ ଭୋଇ ଓ ଦେବରାଜ ଭୋଇ ଙ୍କ ମଧ୍ୟ ରେ ଗଣ୍ଡଗୋଳ ହୋଇଥିଲା ଟିକେଚନ ଦେବରଜକୁ ବାଡ଼ି ରେ ନିରଧୁମ ଭାବରେ ମାଡ଼ ମାରିବା ସହ ବେକରେ ଗାମୁଛା ଭିଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ତେବେ ଖବର ପାଇ ସଇଁତଳା ଥାନା ଅଧିକାରୀ ସଂଗ୍ରାମ କିଶୋରୀ ପଟନାୟକ, ବଡ଼ମାଳ ଫାଣ୍ଡି ପୁଲିସ , ବଲାଙ୍ଗୀର ସାଇଣ୍ଟି ପିକ ଟିମ ପହଞ୍ଚି ତଦନ୍ତ କରିଥିବା ବେଳେ ଟିକେଚନ କୁ ପୋଲିସ ଅଟକ ରଖି ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରିବା ପରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡିଛି।

Comments
Loading...