ବିପୁଳ ପରିମାଣରେ ବିଷ୍ପେlରକ ଜବତ ବ୍ଲକ ଅଧକ୍ଷଙ୍କ ସ୍ୱାମୀ ଗିରଫ

ନୂଆପଡା (କୋଶଲ ନ୍ୟୁଜ) 10.05.2021 – ନୂଆପଡା ଜିଲ୍ଲା ଖରିଆର ବ୍ଲକ ଅନ୍ତର୍ଗତ ତୁକୁଳା ଗ୍ରାମରୁ ବିପୁଳ ପରିମାଣରେ ବିଷ୍ପେlରକ ଜବତ ହୋଇଛି I ଏହି ଘଟଣାରେ ବ୍ଲକ ଅଧକ୍ଷାଙ୍କ ସ୍ୱାମୀ ପ୍ରେମସାଗର ମେହେର ଙ୍କୁ ଗିରଫ କରିଛି ଖରିଆର ପୋଲିସ I ବିଶେଷ ସୂତ୍ରରୁ ଖବର ପାଇଁ ଖରିଆର ପୋଲିସ ଏସ.ଡି. ପି.ଓ ସନ୍ତକ ଜେନା ଓ ଅତିରିକ୍ତ ଖରିଆର ତାସିଲଦାର ତପନ ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲେ ସେଠାରୁ ବିପୁଳ ପରିମାଣ ରେ ବେଆଇନ ବିଷ୍ପେlରକ ଜବତ କରିଛି ପୋଲିସ I 15 କାଟୁନ ସମୁଦାୟକ 2925 ଜେଲେଟି ସ୍କିକ,29 ଗୋଟି ଏମୋନିୟମ ବସ୍ତା,34 ବଣ୍ଡଳ ହାରାହାରି 844 ଟି ଡେଟୋନେଟର, ନଗଦ 32900 ଟଙ୍କା,2ଟି ଟ୍ରIକଟର ,2ଟି କମପେସର, ଟ୍ରIକଟର 4 ଗୋଟି ଲୁହI ସାବଳ, 1 ସମ୍ପସଙ୍ଗ,ମୋବାଇଲ ଜବତ କରିଛନ୍ତି I ଆଜି ନୂଆପଡା ଆରକ୍ଷୀ ଅଧକ୍ଷକ ରାହୁଲ କୁମାର ଜେନ ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି I ଏସ, ଡି. ପି. ଓ. ସନ୍ତକ ଜେନା, ଖରିଆର ଥାନା ଅଧିକାରୀ କୌଲାସ ଚନ୍ଦ୍ର ସେଠି ଉପଚିତ୍ତ ଥିଲେ I

Comments
Loading...