ଆଜିର ରାଶିଫଳ ମଙ୍ଗଳବାର ୧୧ ମଇ ୨୦୨୧

ମେଷ:ଆପଣଙ୍କୁ ବଡ ଅଧିକାରୀଙ୍କର ସହ ଯୋଗ ମିଳିବ । ଆମଦାନୀରେ ବୃଦ୍ଧି ହେବାର ଯୋଗ ଅଛି । ବ୍ୟାପାର ହେଉ କିମ୍ବା ଘର ଲୋକଙ୍କ କଥା ଆପଣ ନିଜର ବିଚାର କୁ ସ୍ପଷ୍ଟ ଭାବେ ରଖନ୍ତୁ । କିଛି ଜରୁରୀ କାଳୀନ ପରିସ୍ଥିତିରେ ଯଦି କେହି କିଛି ଉପଦେଶ ମାଗେ ତେବେ ନିଜ ଶବ୍ଦ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଦେଖି ଚାହିଁ କଥା କୁହନ୍ତୁ । ଏହି ସମୟରେ ଆପଣଙ୍କର ଆମଦାନୀର କିଛି ନିଶ୍ଚିତ ରୂପେ ସ୍ଥାୟୀ ବ୍ୟବସ୍ଥା ହେବ ଯାହା ଦ୍ଵାରା ଆପଣ କିଛି ତ ନିଜକୁ ଓ ନିଜ ପରିବାରକୁ ନେଇ ଚିନ୍ତା କମ କରିବେ ।
ମିଥୁନ: ଆପଣଙ୍କର ପ୍ରେମିକା କିମ୍ବା ପ୍ରେମିକ ପାଇଁ ଆପଣଙ୍କ ମନ ଖୁସି ରହିବ । ଆପଣ ଙ୍କର ଜୀବନ ସାଥି ମଧ୍ୟ ନିଜକୁ ଆପଣଙ୍କ ସହ ସମୟ ବିତାଇବା ପାଇଁ ପ୍ରସ୍ତୁତ କରିବେ। କିଛି ବ୍ୟକ୍ତି ଙ୍କର ଲଭର ମାନେ ଟିକେ ଲାଜକୁଳୀ ପ୍ରକୃତିର ହୋଇ ଥାନ୍ତି ତ ସେମାନେ ବି ଆପଣଙ୍କ ସହ କିଛି ସମୟ ବିତାଇବା ପାଇଁ ଇଛୁକ ହେବେ । ନୂଆ ଲୋକଙ୍କ ସହ ଆପଣ ଭଲ ସମୟ ବିତାଇବେ । କିଛି ନୂଆ ଲୋକ କିମ୍ବା ନୂଆ ମିତ୍ର ଆପଣଙ୍କ ଜୀବନରେ ଆସି ପାରନ୍ତି । ଏହି ସମୟ ଆପଣଙ୍କୁ ନିଜର ପ୍ରତେକ ଅସଜଡା ହୋଇଥିବା ଜିନିଷକୁ ସଜାଡିବାକୁ ହେବ ସେ ସମ୍ପର୍କ ହେଉ କିମ୍ବା କିଛି ଝଗଡା ଜମି ବାଡି କୁ ନେଇକି । ଏହା ଆପଣଙ୍କ ପାଇଁ ଆଗକୁ ଶୁଭ ଫଳ ପ୍ରଦାନ କରିବ ।
ସିଂହ:ଚାକିରି କରୁଥିବା ଲୋକ ମାନଙ୍କର ପାଇଁ ଭଲ ଖବର ଅଟେ ସେମାନଙ୍କୁ ଅଧିକ ଅଧିକ ସମୟ ମିଳିବ ନିଜର ପଦକୁ ଆଗକୁ ବଢେଇବା ପାଇଁ । ଯେଉଁ ମାନେ ଚାକିରି କରି ନାହାଁନ୍ତି ସେମାନେ ଚାକିରି ପାଇବା ର ସମ୍ଭାବନା ଅଛି । ଯେଉଁ ମାନେ ନିଜର ପ୍ରସ୍ତୁତି ବ୍ୟଙ୍କ ପାଇ କରୁ ଥାନ୍ତି ସେମାନେ ହୁଏତ ଏହି ଚାକିରି ନ ପାଇ ପାରନ୍ତି ମାତ୍ର ଚାକିରି ହେବାର ଯୋଗ ଅଛି । ଆପଣଙ୍କୁ ନିଜର ମନ ପସନ୍ଦର ଚାକିରି ପାଇବା ପାଇଁ ଆହୁରି ଅଧିକ ସମୟ ଲାଗିବ। ଏହି ସମୟରେ ଆପଣ ନିଜ ପରିବାର ବନ୍ଧୁ ଲୋକ ଓ ସାଙ୍ଗ ମାନଙ୍କ ସହ ଅଧିକ ସମୟ ବିତାଇବେ । ଆପଣଙ୍କ ସ୍ଵଭାବରେ ପରିବର୍ତ୍ତନ ଆସିପାରେ । ଆପଣଙ୍କର ଏହି ସମୟ ରେ ରାଗ ଅଧିକ ବଢି ପାରେ । ନିଜ କ୍ରୋଧକୁ ନିଜ ଭିତରେ ରକ୍ଷି ବାକୁ ଚେଷ୍ଟା କରନ୍ତୁ ।
ତୁଳା:ଏହି ରାଶିର ଲୋକ ମାନେ ଘରେ ନିଜର ସମୟ ଅଧିକ ଦେବେ ଓ ନିଜ କର୍ମରୁ ବିମୁଖ ହେବେ । ଯାହା ପାଇଁ ଭବିଷ୍ୟତରେ ଏହା ତାଙ୍କ ପାଇଁ ଏକ କଠିନ ଶାସ୍ତି ପାଲଟି ଜୀବ । ବର୍ତ୍ତମାନ ଆପଣ ନଷ୍ଟ କରୁଥିବା ସମୟ ଆଉ ଫେରି ଆସିବନି ତେଣୁ ଆପଣ ପରିଶ୍ରମ କରନ୍ତୁ । ଆପଣଙ୍କର ଚିତ ଅସ୍ଥିର ରହି ପାରେ କିଛି କାରଣରୁ ତାହାକୁ ନିଜ ଜୀବନରେ ଆସିବାକୁ ଦିଅନ୍ତୁନି ।
ଧନୁ: ଆପଣ ନିଜର ଆଗାମୀ ପାଠ ପଢାକୁ ଯାରି ରଖି ପାରିବେ । ଲୋକ ମାନେ ଆଗ ଅପେକ୍ଷା ଆପଣଙ୍କୁ ଆଧିକ ସମାନ୍ନ ଓ ଭଲ ପାଇବା ଦେବେ । ଆପଣ ଅତୀତରେ ହୋଇଥିବା କିଛି ଘଟଣା କୁ ନେଇକି ନିଜ ମନକୁ ଖରାପ ରଖିବେ । ନିଜର ପରିବାର ର କିଛି ଘଟଣା ଯାହା ଆପଣଙ୍କୁ ଅଧିକ ମାତ୍ରା ରେ କଷ୍ଟ ଦେଉଛି ତାକୁ ଭୁଲି ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ନ ହେଲେ ଆପଣ ପଛରେ ରହି ଯିବେ। ନିଜ ଚେଷ୍ଟା ଦ୍ଵାରା ଆପଣ କିଛି ବି କରି ପାରିବେ ।
କୁମ୍ଭ: ଆପଣ ନିଜକୁ ଏହି ସମୟରେ ଅଧିକ ଏକା ଅନୁଭବ କରିବେ। ଏହି ସମୟରେ ଅଧିକ ରୁ ଅଧିକ ଧନ ଆମଦାନୀ ହେବ ମାତ୍ର ଆପଣ ନିଜକୁ ପରିବାର ଠାରୁ ଦୂରେଇ କେବଳ ନିଜ ଅଫିସ କାମରେ ବ୍ୟସ୍ତ ରଖିବେ ଯାହା ପାଇଁ ଆପଣଙ୍କୁ ପରିବାର ତରଫରୁ ଖୁସି ମିଳିବାର ଯୋଗ କମ ଦେଖାଉଛି । ନିଜ ପରିବାର ସହ କିଛି ସମୟ ବିତାନ୍ତୁ ଓ ନିଜର ଏକା ପଣ କୁ ଦୂରେଇ ଦିଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...