ସରକାରଙ୍କ ଯୋଜନା ପରେ ଯୋଜନା, ଗୃହ କାହାର ହିତାଧିକାରୀ ଦ୍ବନ୍ଦରେ

ସୁନ୍ଦରଗଡ଼ ( କୋଶଲ୍ ନ୍ୟୁଜ ) : ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି, ହେଲେ ଯୋଜନା ଗୁଡିକ ଅପହଞ୍ଚ ହୋଇ ଯାଉଛି ଯୋଗ୍ୟ ହିତାଧିକାରୀଙ୍କ ପାଖରେ। ଏବେବି ଲୋକ ଭଙ୍ଗା, ଦଦରା, କୁଡିଆ ଘରେ ରହିବାର ଦୃଶ୍ୟ ଦେଖିବାକୁ ମିଳେ। ସେହି ଭଙ୍ଗା ଘରେ ଗୋଣ୍ଡେ ଖାଇ ଖଣ୍ଡେ ଘର ପାଇବା ସ୍ବପ୍ନ ଦେଖିଥାଏ । ଏମିତିକି ସରକାରୀ ଘରଟିଏ ପାଇବା ପାଇଁ ଜୀବନସାରା ସଂଗ୍ରାମ କଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ପାଖରେ ଘର ପହଞ୍ଚି ପାରେ ନାହିଁ। ପ୍ରକୃତ ଲୋକଙ୍କୁ ଖୋଜି ଘର ଦେବା ହେଲା ପ୍ରଶାସନର କାମ। କିନ୍ତୁ ଟାଣ ଖରାରେ କିଏବା ବୁଲିବ ସରକାରଙ୍କ କାମ ମାନେ ଶୀତଳି ଉପକରଣ ସଂଯୁକ୍ତ ଥିବା ଘରେ ବସି ସରକାରୀ ବାବୁ ମାନେ ସମଗ୍ର ଅଞ୍ଚଳର କାର୍ଯ୍ୟକୁ କରିବେ। ଆଜ୍ଞା ଅଞ୍ଚଳ ବୁଲିଲେ ସିନା ପ୍ରକୃତ ଲୋକଙ୍କୁ ଠାବ କରିପାରିବେ। ଘର ଆରମ୍ଭ ହୋଇ ଶେଷ ହୋଇ ଯାଉଛି। ବିଲ୍ ପାସ୍ ହୋଇ ବିଲ୍ ଉଠାଣ ହୋଇ ଯାଉଛି, ହେଲେମଧ୍ୟ ସରକାରୀ ଯନ୍ତ୍ରୀଙ୍କ ଦିନେହେଲେ ଦେଖା ମିଳୁନି। ସରକାରୀ ଯନ୍ତ୍ରୀଙ୍କୁ ଠିକ୍ ଜଣା ଘର କାର୍ଯ୍ୟରେ କେତେବା ଟଙ୍କା ମିଳିବ ତେଣୁ ସେ ଠିକାଦାରଙ୍କ କାର୍ଯ୍ୟକୁ ଦିନସାରା ଜଗିରହି ସାହାର୍ଯ୍ୟ କରିଥାନ୍ତି। ଏମିତି ଏକ ଘଟଣା ଆଖି ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ମୁଣ୍ଡ ଗୋଳମାଳ କରିଦେବ। ସୁନ୍ଦଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ କଳତା ଗ୍ରାମ ପଞ୍ଚାୟତ ଠାରେ। କଳତା ପଞ୍ଚାୟତ ର ଙ୍କୁ କୋଇଡା ବ୍ଲକ୍ ତରଫରୁ ଘର ଖଣ୍ଡିଆ ମିଳିଲା। ଉକ୍ତ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଘରର ବାମପାର୍ଶ୍ୱରେ ବିଜୁ ପକ୍କାଘର ର ଫଳକ ଲଗାଇ ଥିଲେ, କିନ୍ତୁ ବର୍ତ୍ତମାନ କିଛି ଦିନ ଯିବା ପରେ ସେହି ଘରର ଡାହାଣ ପାର୍ଶ୍ଵରେ ପ୍ରଧାମନ୍ତ୍ରୀ ଆବାସ ଯୋଜନାର ଫଳକ ଲାଗିଥିବାର ଲକ୍ଷ୍ୟ କରାଯାଏ। ଘରର ମୁଖ୍ୟଙ୍କୁ ପଚାରିବାରୁ ସେ କହିଲେ ଏହା ସରପଞ୍ଚ ଆଣି ଲଗାଇବା ପାଇଁ କହିବାରୁ ମୁଁ ଲଗାଇଛି। କିନ୍ତୁ ଏହାର ପ୍ରକୃତ କଥା ମୋତେ ଜଣା ନାହିଁ।

Comments
Loading...