କରୋନା ସଂକ୍ରମଣ ପରେ ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ମାଲକାନଗିରି ( କୋଶଲ ନ୍ୟୁଜ୍) ଗତ କିଛି ଦିନ ତଳେ କରୋନା ସଂକ୍ରମଣରେ ୧୦ରୁ ଉର୍ଦ୍ଧ ମାଓବାଦୀ ମୃତ୍ୟୁ ଘଟିଥିଲା l ଏହି ସମୟରେ ପ୍ରଶାସନ ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ବାନ କରିଥିଲେ l ପ୍ରଶାସନର ଆହ୍ବାନ ପରେ ଆତ୍ମ ସମର୍ପଣ କରିଛନ୍ତି ମାଓ ଦମ୍ପତ୍ତି ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା l ସୂଚନା ଅନୁସାରେ ଛତିଶଗଡ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ ମାଓ ଦମ୍ପତ୍ତି କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାପରେ ଚିକିତ୍ସା ପାଇଁ ସବୁଆଡେ ବୁଲିଲା ପରେ ବାଧ୍ୟ୍ୟ ହେଇ ଆଜି ବସ୍ତର ଆଇଜି ପି ସୁନ୍ଦର ରାଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓ ଦମ୍ପତ୍ତି l ଆତ୍ମସମର୍ପଣ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା l କରୋନା ଟେଷ୍ଟ ପଜିଟିଭି ଆସିବା ପରେ ସେମାନଙ୍କ ଚିକିତ୍ସା ନିମନ୍ତେ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି ।ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଦାୟର ହୋଇଛି । ତଥାପି ମାଓ ଦମ୍ପତ୍ତି ସମାଜର ମୁଖ୍ୟସ୍ରୋତକୁ ଫେରିଥିବାରୁ ଥଇଥାନ ନିୟମାନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ ବୋଲି ପ୍ରକାଶ କରିଛନ୍ତି ବସ୍ତର ଆଇଜି ପି ସୁନ୍ଦର ରାଜ l

Comments
Loading...