ଭୋକର ବିକଳ ଦୃଶ୍ୟ ଡଷ୍ଟବିନ ରୁ ଖାଦ୍ୟ ଖୋଜୁଛନ୍ତି ଯୁବତୀ

ନୂଆପଡା ( କୋଶଲ ନ୍ୟୁଜ୍ ) ସାରା ରାଜ୍ୟରେ କରୋନା ମହାମାରି ଯୋଗଁ ଲକଡାଉନ ଲାଗି ରହିଥିବା ବେଲେ ସହର ର ସମସ୍ତ ଦୋକାନ ବଜାର ବନ୍ଦ ରହିଛି।ଏପରି ସମୟରେ ନୂଆପଡା ଜିଲ୍ଲା ଖରିଆର ସହର ଥାନା ଛକଠାରେ ଜଣେ ମାନସିକ ବିକୃତ ଯୁବତୀ ଭୋକ ମେଣ୍ଢାଇବା ପାଁଇ ଡଷ୍ଟବିନରୁ ଖାଦ୍ୟ ସଂଗ୍ରହ କରି ଖାଉଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାରେ ମିଳିଛି।ଏପଟେ ସରକାର ଜନସାଧାରଣ କିପରି ଲକଡାଉନ ସମୟରେ ଭୋକ ଉପାସରେ ନ ରହିବେ ସେନେଇ କୋଟି କୋଟି ଟଙ୍କା ଖର୍ଚକରି ଖାଦ୍ୟର ବ୍ୟବସ୍ତା କରିଥିବା ବେଲେ ଖରିଆରରେ ତାର ବ୍ୟତିକ୍ରମ ଦେଖା ଯାଇଛି।ଡଷ୍ଟବିନରୁ ଖାଦ୍ୟ ଖୋଜି ଖାଉଥିବା ଘଟଣାନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାସ ପାଇଛି।

Comments
Loading...