ବେନାମି ଚାଉଳ ବୋଝେଇ ଟ୍ରକ ଜବତ ସହ ମୋଟା ଅଙ୍କର ଫାଇନ ଆଦାୟ

ସୁନ୍ଦରଗଡ଼ (କୋଶଲ୍ନ୍ୟୁଜ): କରୋନା କଟକଣା ସମୟରେ ମଧ୍ୟ ଚୋରାରେ ଚାଲିଛି କାରବାର । ଏ ଭଳି ଏକ ଘଟଣା ଦୃଶ୍ୟମାନ ହୋଇଛି ବିରମିତ୍ରପୁର ପୌରାଞ୍ଚଳରେ । ଗୋଟିଏ ଚାଉଳ ବୋଝେଇ ଟ୍ରକ ଝାରଖଣ୍ଡ ରାଜ୍ୟର ଗୁମଲା ଅଞ୍ଚଳରୁ ଓଡିଶା ସୀମା ଦେଇ ଯାଉଥିବା ବେଳେ ବିରମିତ୍ରପୁର ପୋଲିଶ ହାବୁଡରେ ପଡିଥିଲା । ତେବେ ପୋଲିଶ ଉକ୍ତ ଗାଡିକୁ ଯାଞ୍ଚ କରିବାରୁ ଚାଉଳ ବୋଝେଇ ହୋଇଥିବା ସତ୍ବେ କୌଣସି ସଠିକ କାଗଜ ପତ୍ର ପାଇ ନ ଥିଲା । ବେନାମୀ ଭାବେ ଚୋରାରେ ଚାଉଳ ପାରି ହେଉଥିଲା । ଏ ନେଇ ବିରମିତ୍ରପୁର ପୋଲିଶ ଓ ସିଟିଓ ମିଳିତ ଭାବେ ଯାଞ୍ଚ କରି ଟ୍ରକକୁ ଜବତ କରିବା ସହିତ ୮୧ ହଜାର ୪୧୦ ଟଙ୍କା ଫାଇନ କାଟିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

Comments
Loading...