ମାସ୍କ ବାଣ୍ଟିଲେ ସିନାପାଲି ସ୍ୱର ସଙ୍ଗମ କଲାପରିଷଦ କର୍ମଚାରୀ

ନୂଆପଡା ( କୋଶଲ ନ୍ୟୁଜ) ନୂଆପଡା ଜିଲ୍ଲା ସିନାପାଲି ସହରରେ ମହାମାରୀ କରୋନା ଭୂତାଣୁ ବ୍ୟାପିବାର ଦ୍ବିତୀୟ ଲହର ରେ ସିନାପାଲି ସ୍ୱର ସଙ୍ଗମ କଲାପରିଷଦ ଗୋଟିଏ ନିଆରା ପ୍ରୟାସ କରିଛନ୍ତି। କଳାପରିଷଦ ସଭାପତି ଶ୍ରୀଯୁକ୍ତ ତ୍ରିନାଥ ମେହେର ଙ୍କ ଉପସ୍ଥିତିରେ ସିନାପାଲି ତଥା ସିନାପାଲି ସ୍ଥିତ ଆଖ ପାଖ ଗ୍ରାମ କୁ ଯାଇ ଘର ଘର ବୁଲି ମାସ୍କ ବାଣ୍ଟି ସଚେତନ କରୁଛନ୍ତି ସିନାପାଲି କଳାପରିଷଦ କର୍ମଚାରୀ ଏବଂ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ , ସାନିଟାଇଜର ବ୍ୟବହାର କରନ୍ତୁ ଏବଂ ଅତି ଆବଶ୍ୟକ ନ ହେଲେ ଘରୁ ବାହାର କୁ ନ ବାହାରିବା ପାଇଁ ସଚେତନ କରିଛନ୍ତି। ଯେ ପର୍ଯ୍ୟନ୍ତ ଲୋକେ ସଚେତନ ନ ହେବେ ସେ ପର୍ଯ୍ୟନ୍ତ ଆମେ କାରୋନା କୁ ଦୂର କରିପାରିବା ନାହିଁ ବୋଲି ବାର୍ତ୍ତା ଦେଇଛନ୍ତି ।


ଏମିତି ବି ଗ୍ରାମାଞ୍ଚଳ ଅଛି ଯେଉଁଠି ଲୋକେ ମାଷ୍କ୍ ବ୍ୟବହାର କରୁ ନାହାନ୍ତି ସେହି ଅଞ୍ଚଳ କୁ ଯାଇ ମାସ୍କ ଦେଇ ସଚେତନ କଲେ ଲୋକେ ସଚେତନ ହେବେ ବୋଲି ସ୍ବୀକୃତି ଦେଇଛନ୍ତି। ତାଙ୍କ ସହିତ ସ୍ୱର ସଙ୍ଗମ କଳା ପରିଷଦ ରୁ କବି ତଥା ଶିକ୍ଷକ ଶ୍ରୀଯୁକ୍ତ ବୈଷ୍ଣବ ମେହେର ମଧ୍ୟ କହିଛନ୍ତି ସମଗ୍ର ଭାରତ ବର୍ଷରେ ଏବଂ ଓଡ଼ିଶାରେ କରୋନା ମହାମାରୀ ଭୟାବହ ରୂପ ଧାରଣକରିଛି ତାକୁ ପ୍ରତିରୋଧ କରିବାକୁ ହେଲେ ମାସ୍କ ପିନ୍ଧିବା,ହାତ ଧୋଇବା,ସାମାଜିକଦୂରତା ରଖିବା ପ୍ରମୁଖ ଅସ୍ତ୍ର ଭାବରେ ପରିଗଣିତ ହୋଇଛି ।ଗାଁ ରୁ ସହର ପର୍ଯ୍ୟନ୍ତ ଯେଉଁଜାଗାରେ ମାସ୍କ ର ସଚେତନ ନାହିଁ ସେହି ଜାଗାକୁ ଯାଇ ଲୋକମାନ ଙ୍କୁ ସଚେତନ ପୂର୍ବକ କଳା ପରିଷଦ ତରଫରୁ ମାଷ୍କ ବଣ୍ଟନ କରିବା ପ୍ରତିଶ୍ରୁତି ଦେଇଛନ୍ତି ।ମାସ୍କ ବଣ୍ଟନ ସମୟରେ ଲୋକେ ବହୁତ ଆଗ୍ରହ ର ସହିତ ମାସ୍କ ଗ୍ରହଣ କରି ସଚେତନ ହେବା ଦେଖିବାକୁ ମିଳିଛି।କଳା ପରିଷଦ କର୍ମଚାରୀ ଶ୍ରୀଯୁକ୍ତ ପ୍ରଦୁମ୍ନ ସିଂ ଚିନ୍ଦା , ମନୋଜ କୁମାର ଜଗତ , ଜିତେନ୍ଦ୍ର ମେହେର ମୁଖ୍ୟ ସହଯୋଗ କରିଛନ୍ତି ।

Comments
Loading...