ହୁଣ୍ଡୀ ଭାଙ୍ଗି ମନ୍ଦିରରୁ ଚୋରି.. ଥାନାରେ ପହଁଚିଲା ମାମଲା

ତୁମୁଡିବନ୍ଧ: (କୋଶଲ ନ୍ୟୁଜ୍ )ତୁମୁଡିବନ୍ଧ ବଜ଼ାର ପରିସରରେ ଥିବା ଜଗନ୍ନାଥ ମନ୍ଦିର ରେ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି l ଗତକାଲି ଅର୍ଦ୍ଧ ରାତିରେ କିଛି ଦୁର୍ବୁତ୍ତ ମନ୍ଦିରର ପ୍ରବେଶ କବାଟ ର ତାଲା ଭାଙ୍ଗି ମନ୍ଦିର ର ହୁଣ୍ଡୀ ରୁ 3000 ଟଙ୍କା ଏବଂ ମନ୍ଦିର ପୂଜାରୀ ଙ୍କ ବ୍ୟାଗ ରୁ 2000 ଟଙ୍କା ଚୋରେଇ ନେଇଥିବାର ଦେଖିବାକୁ ମିଳିଛି l ପୂଜାରୀ ସଙ୍ଗେ ସଙ୍ଗେ ମନ୍ଦିର କମିଟି ର ସଭାପତି ଙ୍କ ଜଣାଇଥିଲେ ଏବଂ ସ୍ଥିତି ସମୀକ୍ଷା କରିଥିଲେ ମନ୍ଦିର କମିଟି ର ସମସ୍ତ ସଦସ୍ୟ ଙ୍କ ସହିତ ଆଲୋଚନା କରି ତୁମୁଡିବନ୍ଧ ଥାନାରେ ଏତେଲା ଦେଇଛନ୍ତି l ଗତ 26/11/2020 ରେ ମଧ୍ୟ ଏପରି ଏକ ଘଟଣା ହେଇଥିଲା ପୋଲିସ ପ୍ରଶାସନ କୁ ଅଭିଯୋଗ କରିଥିଲେ ମଧ୍ୟ ସେ ସମୟରେ ପୋଲିସ ଦୁର୍ବୁତ୍ତ କୁ ଗିରଫ କରିବାରେ ଅସଫଳ ହେଇଥିଲା l ଆଜି ପୁଣିଥରେ ସମାନ ଘଟଣା ର ପୁନରାବୃତ୍ତି ହେଇଛି ବୋଲି ମନ୍ଦିର ପୂଜାରୀ ଏବଂ ମନ୍ଦିର କମିଟି ପ୍ରକାଶ କରିଛନ୍ତି l ମନ୍ଦିର କମିଟି ର କିଛି ସଦସ୍ୟ ଙ୍କ କହିବା ଅନୁଯାୟୀ ଗତ ଥର ଚୋରି ହେଇଥିବା ଘଟଣା ରେ ଯଦି ଦୁର୍ବୁତ୍ତ ଗିରଫ ହେଇଥିଲେ ଆଜି ସେ ଘଟଣା ର ପୁନରାବୃତ୍ତି ହେଇନଥାନ୍ତା ବୋଲି କହିଛନ୍ତି l

Comments
Loading...