ଦ୍ବିତୀୟ ଡୋଜ ଭେକସିନ ଟିକା ସକାଶେ ସମୟ ସୀମା ବୃଦ୍ଧି

ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ରାଏବଗା ଥାନା ଅନ୍ତର୍ଗତ ରାଏବଗା ସ୍ଵାସ୍ଥ୍ୟ କେନ୍ଦ୍ରରେ କୋଭିସିଲଡ୍ ଟୀକା ପ୍ରଥମ ଓ ଦୁତିୟ ଡୋଜ୍ ମଧ୍ୟରେ ରହିଥିବା ବ୍ୟବଧାନକୁ ୪୨ ଦିନରୁ ବୃଦ୍ଧି କରି ୮୪ ଦିନ ପାଇଁ ଆଗକୁ ବଢ଼ାଇ ଦିଆଯାଇଛି ।ଏହା ୧୪ ମଇ ମଧ୍ୟ୍ୟ ରାତ୍ରିରୁ କାର୍ଯ୍ୟକାରୀ ହେବ । ପ୍ରଥମ ଡୋଜ ଟୀକା ନେବାର ୮୪ ଦିନ ଭିତରେ ଦ୍ବିତୀୟ ଡୋଜ୍ ପ୍ରଦାନ କରାଯିବ । ଦ୍ବିତୀୟ ଡୋଜ୍ ପାଇଁ ବୁକ୍ କରି ସାରିଥିଲେ ପୁନର୍ବାର ୮୪ ଦିନ ବ୍ୟବଧାନରେ ବୁକ୍ କରିବାକୁ ଅନୁରୋଧ । ରାଏବଗା ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଦିନେଶ ବେହେରାଙ୍କ ନେତୃତ୍ୱରେ ଜି ବିଲୁଙ୍ଗ ଓ ରଏବାରି ଚିତ୍ତା ଭେକସିନ ଟିକା ଦେଇଥିଲେ । ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ସର୍ବମୋଟ ୨୨ଜଣ ଙ୍କୁ ପ୍ରଥମ ଡୋଜ ଟିକା ଦିୟାଯାଇଛି ।

Comments
Loading...