କୁଜଙ୍ଗ ବ୍ଲକ ବିଡ଼ିଓଙ୍କ ଉପସ୍ଥିତରେ ପଞ୍ଚାୟତ କୁ ବିଶୋଧନ

ଜଗତସିଂହପୁର : ( କୋଶଲ ନ୍ୟୁଜ୍) ଆଜି ପରିବର୍ତ୍ତନ ଯୋଦ୍ଧା ତରଫରୁ କୁଜଙ୍ଗ ବ୍ଲକ ବିଡ଼ିଓଙ୍କ ଉପସ୍ଥିତିରେ ପଞ୍ଚାୟତ କୁ ବିଶୋଧନ କରିବା ମେସିନ ଓ ଲିକୁଇଡ୍ ଦିଆ ଗଲା। ପୂର୍ବରୁ ପରିବର୍ତ୍ତନ ତରଫରୁ କୁଜଙ୍ଗ ବ୍ଲକ ର ବିଭିନ୍ନ ଗ୍ରାମ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କୁ କ୍ରମାଗତ ଭାବେ ବିଶୋଧନ କରୁଥିଲୁ। ବାହୁମାତ୍ର ରେ ଅନୁରୋଧ ଆସିବାରୁ ଆମେ ଆଜି ଅଧିକ ସଂକ୍ରମଣ ହୋଇଥିବା ପଞ୍ଚାୟତକୁ ବିଶୋଧନ କରିବା ମେସିନ ଓ ଲିକୁଇଡ୍ ଯୋଗେଇଦେଲୁ।ବର୍ତ୍ତମାନ ଆମେ ବହୁତ୍ ସୁବିଧାରେ କୁଜଙ୍ଗ ବ୍ଲକ ର ସମସ୍ତ ସଂକ୍ରମିତ ଙ୍କ ବାସଗୃହ କୁ ବିଶୋଧିତ କରିପାରିବୁ।ଆଗକୁ ଆମେ କୁଜଙ୍ଗ ବ୍ଲକ ର ପ୍ରାୟ ସମସ୍ତ ଗ୍ରାମ କୁ ଏହି ପରି ମେସିନ ଓ ଲିକୁଇଡ ଯୋଗାଇଦେବାକୁ ଲକ୍ଷ ରଖିଛୁ। ଅଶେଷ ଧନ୍ୟବାଦ ରାଜ୍ୟ ସାଧାରଣ ସମ୍ପାଦକ,ବିଜୁ ଯୁବ ଜନତା ଦଳ ତ୍ରିଲୋଚନ ତରାଇ ଭାଈ ଓ ସମ୍ପାଦକ, ବିଜୁ ଯୁବ ଜନତା ଦଳ , ଜଗତସିଂହପୁର Er ରାଜେନ୍ଦ୍ର ଭାଈ ଙ୍କୁ ସେମାନେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିବାରୁ।

ଆମେ ସମସ୍ତେ ଏହି ଅସୁବିଧା ସମୟରେ ଏକାଠି ହେବା, ବ୍ଲକ ପ୍ରଶାସନ ଆମ ସହ ଅଛି ଆମକୁ Covid-19 ସହ ଲଢ଼ି ଏହି ଯୁଦ୍ଧ ରେ ବିଜୟ ହାସଲ କରିବାକୁ ପଡିବ ବୋଲି ସଭାପତି କହିଛନ୍ତି

Comments
Loading...