ପୋଲିସ ମହାନିର୍ଦ୍ଦେଶକ ଅଭୟ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଙ୍ଗପୁର:- ମାଓବାଦୀ ମାନେ ପୋଲିସ ନିକଟ ରେ ଆତ୍ମ ସମର୍ପଣ କରି ସମାଜ ର ମୁଖ୍ୟ ଧାରାରେ ସାମିଲ ହେବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆହ୍ଵାନ ଦେଇଛନ୍ତି । ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଓ ଗତିବିଧି ଓ କୋଭିଡ ପରିଚାଳନା ର ସ୍ଥିତି ତଦାରଖ କରିବା ସହ ସାମ୍ବାଦିକ ସମ୍ମିଳନୀ ଅବସର ରେ ଏହା ପ୍ରକାଶ କରିଛନ୍ତି । ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ ନବରଙ୍ଗପୁର ର ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ , ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ , ନବରଂଗପୁର ଥାନା କୁ ଯାଇ ସୁରକ୍ଷା ବ୍ୟବସ୍ଥା ଓ ଜିଲ୍ଲା ରେ କୋଭିଡ ପରିଚାଳନା ର କାର୍ଯ୍ୟ ସମୀକ୍ଷା କରିଥିଲେ । ଜିଲ୍ଲା ରେ କୋଭିଡ ପରିଚଳନା କୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହ ନବରଙ୍ଗପୁର ଜିଲ୍ଲାରେ କରୋନା କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି । ଛତିଶଗଡ ଓ ନବରଙ୍ଗପୁର ସୀମାନ୍ତବର୍ତ୍ତୀ ଅଞ୍ଚଳ ରେ ସୀମା ସୁରକ୍ଷା କୁ ପ୍ରାଧାନ୍ୟ ଦିଆଯିବା ସହ କୋଭିଡ ପରିଚାଳନା କ୍ଷେତ୍ରରେ ଏନଫୋର୍ସ ମେଣ୍ଟ ସ୍କୁଆର୍ଡ ର କାର୍ଯ୍ୟ  ଜିଲ୍ଲାରେ ସୂଚାରୁ ରୂପେ କାର୍ଯ୍ୟ କରୁଥିବା ନେଇ ସେ ସୂଚନା ଦେଇଛନ୍ତି। ଜିଲ୍ଲାରେ ମାଓ ଗତିବିଧି ହ୍ରାସ ପାଇବା ସହ ସ୍ଥିତ ରେ ସୁଧାର ଆସିଥିବା ସେ କହିଛନ୍ତି । ଏହି ଗସ୍ତ ସମୟ ରେ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଆର କେ ଶର୍ମା, ଆଇ ଜି ପୋଲିସ ପର୍ସନାଲ ଏସ ପ୍ରବୀଣ କୁମାର , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟୀ ମିନା ପ୍ରମୁଖ ଉପସ୍ଥିତ ଥିଲେ ।

Comments
Loading...