ସାମ୍ବାଦିକ ବସନ୍ତ ମେହେର ଙ୍କ ମାତୃ ବିୟୋଗ

ବଲାଙ୍ଗୀର,(କୋଶଳ ନ୍ୟୁଜ ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ସାମ୍ବାଦିକ ବସନ୍ତ ମେହେର ଙ୍କ ମା କୌଶଲ୍ୟା ମେହେର ଦୀର୍ଘ ତିନି ବର୍ଷ ପୂର୍ବେ କୀଡୀନି ରୋଗରେ ଆକ୍ରାନ୍ତ ଥିଲେ,ଓ ଦୀର୍ଘ ଚାରି ଦିନ ତଳେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ,ଏବଂ ପ୍ରଥମେ ଗୋଷ୍ଟୀ ସ୍ୱାସ୍ଥ୍ୟ ଓ କେନ୍ଦ୍ର ରେ ଭର୍ତି କରିଥିଲେ,ଓ ଅଧିକ ଗୁରୁତର ହେବାରୁ ଉପଖଣ୍ଡ ଚିକିତ୍ସାଳୟ ପାଟଣାଗଡ ରେ ଭର୍ତି ହୋଇଥିଲେ, ଆଜି ତାଙ୍କର କରୋନା ପରୀକ୍ଷା କରିବାରୁ ପଜିଟିଭ ଆସିଥିଲା,ପରେ ଡାକ୍ତର ତାଙ୍କୁ ଭୀମଭୋଇ ମେଡିକାଲ କଲେଜ କୁ ଭର୍ତି ପାଇଁ ରେଫର କରିଥିଲେ, ରେଫର କରିବା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା,ପରେ ପରିବାର ଲୋକ ଗ୍ରାମକୁ ଆଣି ଶବ ସତ୍କାର କରିବା ପାଇଁ ବାହାରି ଥିଲେ ହେଲେ କେହି ପରିଜନ ବନ୍ଧୁ ବାନ୍ଧବ ଆସୀନଥିଲେ, ଶେଷରେ ଖପ୍ରାଖୋଲ ଗୋଷ୍ଟୀ ଉନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରାଯାଇଥିଲା, ଶେଷରେ ବି ଡି ଓ ମହାଶୟ ଶ୍ରୀ ତରଣୀ ସୁନା ମଣିଷପଣିଆ ଦେଖାଇ ଥିଲେ, ତାଙ୍କ ଟିମ ଶହ ବାହାରି ଆମ୍ବୁଲାନ୍ସ ପଠାଇ ଖପ୍ରାଖୋଲ ତହସିଲଦାର ଓ ଭାନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ଗୋପାଳ ବାରିକ ଭାନପୁର ସରପଞ୍ଚ ତ୍ରିନାଥ ବାରିକ ଓ ଇ ଓ ଖପ୍ରାଖୋଲ ଥାନା ଏସ ଆଇ ସେୱାନ କେରକେଟା, ଓ ସେବା ଚେୟାର ଟେବୁଲ ଟ୍ରଷ୍ଟ ର କର୍ମକତା ଏବଂତାଙ୍କର ଦୁଇ ପୁଅ ବସନ୍ତ ମେହେର ଓ ବେଣୁଧର ମେହେର ଓ ବୁଢା ବାପା ସାଗର ମେହେର ପି ପି ଇ କୀଟ ପିନ୍ଧି ନିଜଜମି ରେ ଶବ ସତ୍କାର କରିଥିଲେ, ମୃତ୍ୟୁ ବେଳକୁ ତାଙ୍କୁ ଏକାବନ ବର୍ଷ ହୋଇଥିଲା।

Comments
Loading...