ମାଓବାଦୀ ଓ ଯବାନ ମୁହାଁମୁହିଁ, ଜଣେ ନକ୍ସଲ ନିହତ

ମାଲକାନଗିରି ( କୋଶଲ ନ୍ୟୁଜ୍)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ଏନକାଉଣ୍ଟର । ମିଳିଥିବା ସୂଚନା ଅନୁଯାୟୀ କିରଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲରେ ଚାଲିଥିଲା ଡିଆରଜି ଯବାନଙ୍କ କୁମ୍ବିଂ ଅପରେସନ୍ ।ସେହି ସମୟରେ ଛତିଶଗଡର ଦାନ୍ତେୱାଡା ଠାରେ ମାଓବାଦୀ ଓ ଯବାନ ମୁହାଁମୁହିଁ, ଜଣେ ନକ୍ସଲ ନିହତ ।ଉଭୟ ପକ୍ଷରୁ ଗୁଳି ବିନିମୟ ହେଇଥିଲା ଏହି ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ l
ଘଟଣାସ୍ଥଳରୁ ଦୁଇଟି ଦେଶୀ ବନ୍ଧୁକ, ଲ୍ୟାଣ୍ଡମାଇନ୍ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀକୁ ଯବାନ ଜବତ କରିଥିବା ସୂଚନା ଦେଇଛନ୍ତି ଦନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲଭ ।

Comments
Loading...