ପାରାଦୀପ୍ ଆଇସ୍ ପ୍ଲାଣ୍ଟ ରେ ଅଘଟଣ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୩ ଗୁରୁତର

ଜଗତସିଂହପୁର (କୋଶଲ ନ୍ୟୁଜ୍) : ପାରାଦୀପ୍ ଲକ୍ଷ୍ମି ନାରାୟଣ ଆଇସ୍ ପ୍ଲାଣ୍ଟ ରେ ଅଘଟଣ | ଆମୋନିଆ ଗ୍ୟାସ୍ ଲିକ୍ ହୋଇ 3 ଗୁରୁତର ଅନେକ୍ ଅସୁସ୍ଥ | ତିନିଜଣ କଟକ ମେଡିକାଲ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି | ଫ୍ୟାକ୍ଟ୍ରି ରେ କିଭଳି ଗ୍ୟାସ୍ ଲିକ୍ ହେଲା ତାହାର୍ କାରଣ ଅଦ୍ୟାବଧି ଜଣାପଡ଼ି ନାହିଁ | ଘଟଣା ସ୍ଥଳରେ ଉତେଜନା ଲାଗିରହିଛି | ଗୁରୁତର ମାନେ ହେଲେ ନନ୍ଦିନୀ ବେହେରା, ହରପ୍ରିୟା ନାୟକ ଓ କଣ୍ଢେଇ ଦାସ | ଏମାନଂକୁ ସ୍ତାନୀୟ ପାରାଦୀପ୍ ଗଡ଼ ସରପଞ୍ଚ ମିହିର କୁମାର ସାହୁ ନେଇ ପ୍ରଥମେ ଅଠରବାଙ୍କୀ ମେଡିକାଲ୍ ରେ ଭର୍ତି କରାଇଥିଲେ ଓ ପରେ ଏମାନଂକ ଅବସ୍ତା ଗୁରୁତର ହେବାରୁ ଏମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ପଠାଯାଇଛି | ସମ୍ପୃକ୍ତ କମ୍ପାନୀ ର ଗ୍ୟାସ୍ ଲିକ୍ ସ୍ଥିତି କୁ ଇଫକୋ ଓ ପିପିଏଲ ର ସ୍ଵତନ୍ତ୍ର ଟିମ୍ ଯାଇ ତଦାରଖ କରିଛି | ଘଟଣା ସ୍ଥଳରେ ପୋଲିସ ମଧ୍ଯ ମୁତୟନ କରାଯାଇଛି | କିନ୍ତୁ ସମ୍ପୃକ୍ତ କମ୍ପାନୀ ର ମ୍ୟାନେଜର୍ ଙ୍କୁ ଯୋଗାଯୋଗ କରାଯାଇଥିଲା ବେଳେ ସେ କିଛି କହିବାକୁ ମନା କରି ଦେଇଥିଲେ |କିଭଳି ଭାବେ ଗ୍ୟାସ୍ ଲିକ୍ ହେଲା ଓ ଏହାର୍ ପ୍ରକୃତ କାରଣ କଣ ତାହା ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହୋଇଛି

Comments
Loading...