ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମାଲକାନଗିରି ( କୋଶଲ ନ୍ୟୁଜ୍) ଟଙ୍କାର ଅଭାବ ଯୋଗୁଁ ପୁଅର ଚିକିତ୍ସା କରିପାରୁ ନାହାନ୍ତି ପରିବାର ଲୋକେ l ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MPV-83 ଗ୍ରାମରେ l ଦୁଇ ବର୍ଷ ପୂର୍ବେ ପୁଅର ଅଣ୍ଟା ତଳେ ବଥା ହେବାରୁ ପରିବାର ଲୋକ ସ୍ଥାନୀୟ ଡାକ୍ତର ଦ୍ଵାରା ପୁଅର ଚିକିତ୍ସା କରେଇଥିଲେ ମାତ୍ର ସେଠାରେ ସେ ଭଲ ହେଇ ନ ଥିଲା l ଏହା ପରେ ପରିବାର ଲୋକେ ରାଜମନ୍ଦିର ଅରବିନ୍ଦ ଚିକିତ୍ସାଲୟ କୁ ନେଇଥିଲେ ସେଠାରେ ନବଜିତର ଭୁଲ ଚିକିତ୍ସା ହେବାରୁ ତାର ହାତ ଗୋଡ଼ ସବୁ ବଙ୍କା ହେଇ ଗୁରୁତର ହେଇଯାଇଥିଲା l ପୁଅର ଏହି ଅବସ୍ଥା ଦେଖି ପରିବାର ଲୋକେ ଭାଙ୍ଗି ପଡିଥିଲେ l ବାପା ଦିନ ମଜୁରୀଆ କାମ କରି ପୁଅର ଚିକିତ୍ସା ନିମନ୍ତେ ବିଭିନ୍ନ ଚିକିତ୍ସାଲୟକୁ ବୁଲିଲା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ l ଶେଷରେ ଖବର ପାଇଁ କଟକ ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସା ନିମନ୍ତେ ପୁଅକୁ ନେଇଥିଲେ l ସେଠାରେ ଚିକିତ୍ସା ହେବା ପରେ ପୁଅ ବର୍ତ୍ତମାନ ସୁସ୍ଥ ହେଲେ ମଧ୍ୟ ବିନା ସାହାରାରେ ନବଜିତ କୌଣସି କାମ କରି ପାରୁନାହିଁ lଡାକ୍ତରଙ୍କ ପରାମର୍ଶ ଅନୁସାରେ ପୁଅକୁ ସବୁ ମାସରେ ଦୁଇଟି ଇନଜେକସନ ନେବାକୁ ପଡିବ ଯାହାର ମୂଲ୍ୟ ବହୁତ l ଦିନ ମଜୁରିଆ କାମ କରି କିପରି ଭାବେ ତରୁଣ ପୁଅର ଚିକିତ୍ସା କରିବ l ସାନ ପୁଅର ଏପରି ଅବସ୍ଥାରେ ଏକ ଭଙ୍ଗା ଘରେ 6 ଜଣ କୁଟୁମ୍ଭକୁ ନେଇ ଦିନ କାଟୁଛନ୍ତି ତରୁଣ l ପୁଅର ଚିକିତ୍ସା ନିମନ୍ତେ ପ୍ରତି ମାସକୁ ଲାଗୁଛି ପୁଳାଏ ଟଙ୍କା l ଏପରି ଅବସ୍ଥାରେ ନା ହେଇ ପାରୁଛି ପୁଅର ସଠିକ ଚିକିତ୍ସା ନା ଯୋଗେଇ ପାରୁଛନ୍ତି ଅନ୍ୟ ସମସ୍ତଙ୍କ ପେଟକୁ ମୁଠାଏ ଦାନା l ଭାଗ୍ୟର ବିଳମ୍ବନା କରୋନା ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ରାଜ୍ୟ ବ୍ୟାପି ଲକଡାଉନ ହେଇଛି l ଏହି ସମୟରେ ସରିଯାଇଛି ନବଜିତର ଔଷଧ, ଦିନେ ଔଷଧ ନ ଖାଇଲେ ନବଜିତ ଗୁରୁତର ହେଇଯାଉଛି l ବର୍ତ୍ତମାନ ରାଜ୍ୟ ବ୍ୟାପି ଗାଡି ମଟର ଯାତାୟାତ ଠପ l ଏପରି ପରିସ୍ଥିତିରେ ପୁଅର ଚିକିତ୍ସା ନିମନ୍ତେ କଟକ ଚିକିତ୍ସାଲୟକୁ ନେବେ କିପରି ? ଦିନ ମଜୁରିଆ କାମ କରି ଏତେ ଟଙ୍କା ଆଣିବ କେଉଁଠୁ ? ନବଜିତର ପରିବାରକୁ ସରକାରୀ ସହାୟତା କିଛି ମିଳିଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ ମାନେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି l

Comments
Loading...