କାଳବୈଶାଖୀ ପଡିଆ ବ୍ଲକର କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ଜିଲ୍ଲା ଯୁବ BJD ଟିମ

ମାଲକାନଗିରି/ପଡିଆ ( କୋଶଲ ନ୍ୟୁଜ୍) ଗତକାଲି ଅପରାହ୍ନରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ କାଳବୈଶାଖୀ ଝଡ଼ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା l ଏହାର ଖବର ପାଇଁ ଜିଲ୍ଲା ଯୁବ BJD ଟିମ, କାଲିମେଳା BDO ଉମା ସଙ୍କର ଦଳେଇ ଓ ମୋଟୁ ତହସିଲଦାର ସସାଙ୍କ ମିଶ୍ର ଆଜି ଘଟଣା ସ୍ଥଳ ଗ୍ରସ୍ତ କରି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ଲୋକଙ୍କୁ ଯେପରି କ୍ଷୟକ୍ଷତିର ସରକାରୀ ସହାୟତା ମିଳିପାରିବ ସେହି ବାବଦରେ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କ ସହ ଆଲୋଚନା କରିବା ସହ କ୍ଷୟକ୍ଷତି ହେଇଥିବା ପରିବାର ବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ ଜିଲ୍ଲା ଯୁବ BJD ଟିମ l ଏଥି ସହ କ୍ଷୟକ୍ଷତି ହେଇଥିବା ପରିବାର ବର୍ଗଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ ଓ ଖାଦ୍ୟ ବ୍ୟବସ୍ଥା ଦେବା ସହ ସେମାନଙ୍କ ଥଇଥାନର ବ୍ୟବସ୍ଥା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି l ଆଜିର ଏହି ଗସ୍ତରେ ମାଲକାନଗିରି ଜିଲ୍ଲା ଯୁବ BJD ସଭାପତି ଆଡ଼ମା ରାବା, ସମ୍ପାଦକ ମେସାକ ମାଦ୍ରୀ, ଉପ ସଭାପତି କଣ୍ଟେଶ୍ବର ପୋଟଲା,BJD ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ, ପଡିଆ ବ୍ଳକ ସାଂସଦ ପ୍ରତିନିଧି ଟି ସି.ହେଚ ରେବିଟ କୁମାର, ଆଇଟି କୋରଡିନେଟର ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...