ରକ୍ତଦାନ ଶିବିର ଆୟୋଜନ କରି ଜନ୍ମଦିବସ ପାଳନ କଲେ ସମାଜସେବୀ ମନୋଜ ପଟନାୟକ

କରୋନା କାଳରେ ପ୍ରାୟ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତ ର ଘୋର ଅଭାବ ଦେଖିବାକୁ ମିଳୁଛି, ରକ୍ତପାଇଁ ଲୋକେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ କରୁଥିବାର ଦେଖା ଯାଉଛି. କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ ମହଗାଁ ର ସମାଜସେବୀ ମନୋଜ ପଟନାୟକ ଏଭଳି କରୋନା ମହାମାରୀ ସମୟରେ ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି. ନିଜ ଜନ୍ମ ଦିନରେ ନିଜର ସହଯୋଗୀ ଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରିଥିଲେ.

ଏହି ରକ୍ତଦାନ ଶିବିରରେ ସମୁଦାୟ 59 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା. l ମୁଖ୍ୟ ଅତିଥି ଭାବେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡ୍ଡୁ ଓ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ l କରୋନା ରେ ମୃତ ବ୍ୟକ୍ତିଙ୍କୁ ନିଜେ କାନ୍ଧ ଦେଇ ଶବ ସତ୍କାର କରି ଚର୍ଚ୍ଚା ପାଲଟିଯାଇଥିଲେ ମନୋଜ ପଟନାୟକ l ତାଙ୍କର ଏଭଳି କାର୍ଯ୍ୟକୁସାଧାରଣରେ ଭୁୟସୀ ପ୍ରଶଂସା କରାଯାଇଛି l

Comments
Loading...