ସାମ୍ବାଦିକଙ୍କ ମାତୃ ବିୟୋଗ

ମାଲକାନଗିରି ( କୋଶଲ ନ୍ୟୁଜ୍) ନିୟୁଜ ଓଅନ ଓଡ଼ିଆ ର ଜିଲ୍ଲା ପ୍ରତିନିଧି ସଞ୍ଜୟ ଢ଼ାଲିଙ୍କ ମା ପାରୁଲ ଢ଼ାଲି ୫୦ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛନ୍ତି। ବହୁ ବର୍ଷ ଧରି କିଡ଼ିନି ଜନିତ ରୋଗରେ ପୀଡ଼ିତ ହୋଇ ଦୁଇଦିନ ପୂର୍ବେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିସ୍ତିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସେ ଜଣେ ମିଷ୍ଟ ଭାସି ଓ ମେଳାପୀ ଥିଲେ। ପୁଅ ବୋହୂ ମାନଙ୍କ ସହ ହସ ଖୁସିରେ ଦିନକାଟି ଭଲରେ ଚଳି ଆସୁଥିଲେ। ହଠାତ ଛାତିରେ ଯନ୍ତ୍ରଣା ହେବାରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରି ଚିକିସ୍ତିତ ହେଉଥିଲେ। ମୃତ୍ୟୁ ବେଳକୁ ପାଖରେ ତିନିପୁଅ , ବୋହୁ ଓ ସ୍ୱାମୀ ଉପସ୍ଥିତ ଥିଲେ।ତାଙ୍କ ମୃତ ଶରିରକୁ ମାଲକାନଗିରି ଚିକିସ୍ତାଳୟରୁ ନିଜ ଘର ପଦ୍ମଗିରିକୁ ନେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ଶେଷକୃତ୍ୟ ସମୟରେ ଗ୍ରାମବାସୀଙ୍କ ସହ ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ,ଓ କୋଷାଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

Comments
Loading...