ମହାରାଷ୍ଟ୍ର ରୁ ଆସିଥିବା ଦୁଇଟି ଯାଯାବର ପରିବାର ୯ ଜଣ ଫସିଛନ୍ତି ଗୋବିନ୍ଦପାଲ୍ଲୀରେ

ମାଲକାନଗିରି ( କୋଶଲ ନ୍ୟୁଜ୍) ଲକ ଡାଉନ ରେ ଫସିଛନ୍ତି ମହାରାଷ୍ଟ୍ର ରୁ ଆସିଥିବା ଦୁଇଟି ଯାଯାବର ପରିବାର ୯ ଜଣ।ରାଜ୍ୟ ସରକାରଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ଆମ ଜୀବନ ବଞ୍ଚେଇବା ପାଇଁ କିଛି ବ୍ୟବସ୍ଥା କରନ୍ତୁ କରୋନା ମହାମାରୀର ଦ୍ୱିତୀୟ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି l ଲକଡାଉନ ଯୋଗୁଁ ସମ୍ପୂର୍ଣ୍ଣ ଓଡ଼ିଶା ତାଲା ବନ୍ଦ ଥିବା ବେଳେ ମହାରାଷ୍ଟ୍ର ରାଜ୍ୟରୁ ଆସିଥିବା ଦୁଇଟି ଯାଯାବର ପରିବାରଙ୍କ କରୁଣ କାହାଣୀ ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଦୁଇଟି ଯାଯାବର ପରିବାର ନିଜର ପିଲା ଛୁଆ ଧରି କିଛି ବେପାର ବାଟ କରି ନିଜର ପରିବାର ଗୁଜୁରାଣ କରୁଥିବା l ଲକଡାଉନ ଥିବାରୁ ସେମାନେ ତାଙ୍କର ଜୀବିକା ହରାଇଛନ୍ତି l ଯାଯାବର ପରିବାରର ପିଲା ଛୁଆ 9 ଜଣ ଖାଇବାକୁ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି।ସେମାନଙ୍କ ପାଖରେ ଯାହା ଆର୍ଥିକ ସମ୍ବଳ ଥିଲା ତାହା ମଧ୍ୟ ସରିଯାଇଛି ବୋଲି ଦୁଃଖ ଭରା କଣ୍ଠରେ ପ୍ରକାଶ କରିଛନ୍ତି। ସେମାନେ ଚଳିବେ କେମିତି ନିଜର ପିଲା ଛୁଆଙ୍କ ପେଟକୁ କିପରି ଖଣ୍ଡେ ଦାନା ଦେବେ ତାହା ଚିନ୍ତାରେ ଅଛନ୍ତି।ସେଥିପାଇଁ ସେମାନେ ସରକାର ଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ଯେ ଆମ ମାନଙ୍କ ପାଇଁ କିଛି ରାସନ ପାଣି ଓ ଆର୍ଥିକ ସହାୟତା ଯୋଗାଇ ଦେଲେ ନିଜର ଜୀବନ ବଞ୍ଚାଇ ପାରିବୁ।ସେମାନଙ୍କ ଏପରି ପରିସ୍ଥିତି ସମ୍ପର୍କରେ ଗୋବିନ୍ଦପାଲ୍ଲୀର କିଛି ଯୁବ ଗୋଷ୍ଠି ଦେଖିବା ପରେ ନିଜର ସକ୍ଷମ ହିସାବରେ ରାସନ ସାମଗ୍ରୀ ସେମାନଙ୍କୁ ଯୋଗେଇ ଦେଇଥିଲେ l ମାତ୍ର ଏଥିରେ କେତେଦିନ ଚଳିବ ଯାହା ସମୁଦ୍ର କୁ ଶଙ୍ଖେ ପରି । ସେମାନଙ୍କୁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ତରଫରୁ କିଛି ରାସନ ସାମଗ୍ରୀ ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି l ଏହା ସହ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ତାଙ୍କ ନିଜ ଘର ମହାରାଷ୍ଟ୍ର କୁ ପଠେଇବା ବ୍ୟବସ୍ଥା କରିଲେ ସେମାନେ ଉପକୃତ ହେଇଥାନ୍ତେ l ଆମର ବିଶ୍ୱାସ ଯେ ଏହି ଖବର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଦେଖିବା ପରେ ଜିଲ୍ଲା ପ୍ରଶାସନ ଙ୍କୁ ନିର୍ଦ୍ଦେଶ ଦେଇ ସେହି ଦୁଇ ଯାଯାବର ପରିବାରଙ୍କ ପାଖରେ ପହଞ୍ଚି ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବେ |

Comments
Loading...