ଦାଦନ ଯାଉଛି ଓଡ଼ିଆ ପୁଅ : ହେଲେ ଓଡିଶା ର ସୂତା କଳ ବନ୍ଦ ପଡିଛି

ଜଗତସିଂହପୁର(କୋଶଲ ନ୍ୟୁଜ୍) ଏ ହେଉଛି ଜଗତସିଂହପୁର ତିର୍ତ୍ତୋଲ ଠାରେ ଥିବା ଶାରଳା ସୂତାକଳ ଯେଉଁଠି ଦିନ ଥିଲା କାରଖାନା ର ଗର୍ଜନ ଓ ହଜାର ହଜାର ଶ୍ରମିକ ଙ୍କ କୋଳାହଳ ରେ ଫାଟିପଡୁଥିଲା ପରିବେଶ…ରୋଜଗାର ର ପ୍ରମୁଖ ମାଧ୍ୟମ ପାଲଟି ଥିଲା ସୂତା କଳ…ଉନ୍ନତ ମାନ ର ସୂତାପାଇଁ ପାରାଦ୍ୱୀପ ବନ୍ଦର ଦେଇ ବାହାର ବିଭିନ୍ନ ଦେଶ କୁ ସୂତା ରପ୍ତାନି କରା ଯାଉଥିଲା… ହେଲେ 1999 ମହାବାତ୍ୟା ସବୁ କିଛି ଉଜାଡି ଦେଇଥିଲା, ସରକାରୀ ଉଦାସୀନତା ଓ ମହାବାତ୍ୟା ର ପ୍ରକୋପ ରୁ ମୁକୁଳି ପାରିଲାନି କାରଖାନା…ହଜାର ହଜାର ଶ୍ରମିକ ରୋଜଗାର ହରାଇଲେ…20 ବର୍ଷ ବିତିଗଲାଣି ସରକାର କୋଟି କୋଟି ଟଙ୍କା ଶିଳ୍ପ ପାଇଁ ଖର୍ଚ୍ଚ କରୁଥିବା ବେଳେ ଲକ୍ଷ ଲକ୍ଷ ଶ୍ରମିକ ଗୁଜୁରାଟ ର ସୁରଟ ସୂତା କଳ ରେ ଦାଦନ ଖଟୁଛନ୍ତି… ହେଲେ ନିଜ ଅଞ୍ଚଳ ର ଶାରଳା ସୂତା କଳ ଆଜି ବି ଆଶା ଓ ଅପେକ୍ଷାରେ.. କେବେ ସରକାର ଙ୍କ ଦୃଷ୍ଟି ପଡିବ ଓ ପୁଣିଥରେ ହସି ଉଠିବ ଘର୍ ଘର୍ ନାଦକରି… ଓଡ଼ିଆ ପୁଅ ଆଉ ଦାଦନ ଯିବ ନାହିଁ ନିଜ ମାଟିରେ ରୋଜଗାର ପାଇବ…ଆଶାରେ ଜଗତସିଂହପୁର ବାସୀ…..

Comments
Loading...