ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଏହି ଗ୍ରାମକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି

ଜଗତସିଂହପୁର,(କୋଶଲ ନ୍ୟୁଜ୍) କୋଭିଡର ଦ୍ୱିତୀୟ ଲହର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ତାହା ଅଧିକ ପରିଲକ୍ଷିତ ହେଉଛି । ଆଜି ଜିଲ୍ଲାରେ ୧୫୪ ଜଣ କୋଭିଡ ପଜେଟିଭ ଚିହ୍ନଟ ହେଇଥିବା ବେଳେ ଏରସମା ବ୍ଲକ ର ଗଡ଼ହରିସପୁର, ଗାରିଆ, ଏସିଆ ଗ୍ରାମରେ ୮ରୁ ଅଧିକ ସଂଖ୍ୟକ ଚି଼ହ୍ନଟ ପରେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଏହି ଗ୍ରାମକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି ।ଫଳରେ ଏହି ତିନୋଟି ଗ୍ରାମ କୁ ସିଲ କରିବା ସହ ଏହାର ମୁଖ୍ୟ ରାସ୍ତା କୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି ।ପ୍ରଶାସନ ତରଫରୁ ଏହି ଗ୍ରାମକୁ ସାନିଟାଈଜ଼ କରାଯିବା ସହ ମାସ୍କ ବଣ୍ଟନ କରାଯାଇଛି। ଆଗକୁ କୋଭିଡ ପଜେଟିଭ ସଂଖ୍ୟା ବୃଦ୍ଧିର ଆଶଙ୍କା ଥିବା ବେଳେ ଏହାର ସଚେତନତା ଓ ଅଧିକା ସଂଖ୍ୟାରେ କୋଭିଡ ଟେଷ୍ଟ କରିବାକୁ ସମାଜସେବୀ ମାନେ ମତବ୍ୟକ୍ତ କରିଛନ୍ତି |

Comments
Loading...