ଆଜିର ରାଶିଫଳ ସୋମବାର ୩୧ ମଇ ୨୦୨୧

ମେଷ: ଏହି ରାଶିର ଲୋକ ମାନଙ୍କର ଆଜି ଦିନଟି ଭଲରେ ରହିବ । ମହିଳା ମାନେ ଘରର ନୂଆ ଜିନିଷ ଓ ନିଜ ପାଇଁ ନୂଆ ବସ୍ତ୍ର କିଣିବାରେ ବ୍ୟସ୍ତ ରହିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ନୂଆ ପରିବର୍ତ୍ତନ ଆସିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବଢିବ । ଛାତ୍ରମାନେ କଠିନ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢି ପାରିବେ । ଆପଣ କୋଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନରେ କରି ପାରିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଅନ୍ୟମାନଙ୍କର ଧ୍ୟାନ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ନିଜ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ ।
ମିଥୁନ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଅଫିସରେ କାମ କରୁଥିବା ବ୍ୟକ୍ତିମାନେ ନିଜ ସହ କର୍ମୀ ମାନଙ୍କର ସାହାଜ୍ଯ ପାଇବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ସାଙ୍ଗ ସାଥିଙ୍କ ସହ ଭଲ ସମ୍ପର୍କ ରହିବ । କୌଣସି ନୂଆ ବ୍ୟକ୍ତି ସହ ଭେଟ ହୋଇପାରେ । ବ୍ୟବସାୟ କରୁଥିବା ଲୋକ ମାନଙ୍କର ଭଲ ଲାଭ ହେବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନ ମାନଙ୍କ ଯୋଗୁ କିଛି ଖୁସି ଖବର ପାଇ ପାରନ୍ତି । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ଉପଦେଶ ମିଳିପାରେ । ସମାଜରେ ଆପଣ ନିଜକୁ ସଠିକ ପ୍ରମାଣ କରିବାକୁ ପ୍ରୟାସ କରିବେ ।
ସିଂହ: ଏହି ରାଶିର ଲୋକ ମାନଙ୍କର ବ୍ୟବସାୟରେ ଭଲ ଲାଭ ମିଳିବ । ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନର ଆନନ୍ଦନେବେ । ନିଜ ଜୀବନ ସାଥୀଙ୍କୁ କୌଣସି ସରପ୍ରାଇଜ ଦେବେ । ଯାହା ଫଳରେ ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ । କୌଣସି ଅଜଣା ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ ଭବିଷ୍ୟତରେ ଆପଣ ଅସୁବିଧାର ସାମନା କରିବେ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସାହାଜ୍ଯ ପାଇ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ନିଜ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ ।
ତୁଳା: ଏହି ରାଶିର ଲୋକ ମାନେ ଆଜି ନୂଆ କାମ ଆରମ୍ଭ କରି ପାରିବେ । ନିଜ ପରିବାର ଲୋକଙ୍କ ସହ ଅଧକ ସମୟ ବିତାଇବେ । କୌଣସି କ୍ଷେତ୍ରରୁ ଆକସ୍ମିକ ଭାବେ ଧନ ଲାଭର ଯୋଗ ରହିଛି । ସନ୍ତାନ ମାନଙ୍କ ପାଇଁ ଆଜି ଆପଣ ମାନସିକ ଚିନ୍ତାରେ ରହିବେ । କୌଣସି ମହାନ ବ୍ୟକ୍ତିଙ୍କର ଭେଟ ହୋଇପାରେ । ନିଜ ପଡୋଶୀ ଓ ପ୍ରିୟଜନ ମାନଙ୍କର ସାହାଜ୍ଯ ମିଳିବ । ଶିକ୍ଷକ ମାନଙ୍କର ନୂଆ ପଦ ମିଳିବାର ଯୋଗ ରହିଛି । ଚାକିରି କ୍ଷେତ୍ରରେ ଆପଣ ନିଜ ଦକ୍ଷତା ପାଇଁ ପ୍ରଶଂସା ପାଇବେ । ଯାହା ଆପଣଙ୍କ ଜୀବନରେ ଆନଦ ଆଣି ଦେବ ।
ଧନୁ: ଏହି ରାଶିର ଲୋକ ମାନଙ୍କର ପ୍ରତିଭା ଯୋଗୁ ସମାଜରେ ମାନ ବଢିବ । କୌଣସି କାରଣରୁ ଶୁଭ ସମ୍ବାଦ ମିଳିପାରେ । ଧନ ଲାଭର ଯୋଗ ରହିଛି । ଆଜି ଆପଙ୍କ ଦିନଟି ଭଲରେ କଟିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ଲୋକଙ୍କ ସହ ଆଲୋଚନା କରନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବ । ନିଜର କୌଣସି ପୁରୁଣା ସାଥିଙ୍କ ସହ ଭେଟ ହୋଇପାରେ । ଅଫିସରେ ନିଜ ସହ କର୍ମୀ ମାନଙ୍କ ସହ କୌଣସି ଦୂର ସ୍ଥାନକୁ ଯିବାର ମୌକା ମିଳିପାରେ ।
କୁମ୍ଭ: ଏହି ରାଶି ଲୋକ ମାନଙ୍କର ଅଧୁରା କାମ ପୂରଣ ହେବ । ନିଜ ଘର ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆଜି ଆପଣଙ୍କର ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ଧନ ଲାଭର ଯୋଗ ରହିଛି । ଭାଇ ଭଉଣୀଙ୍କ ସହ କୌଣସି କାରଣରୁ ଝଗଡା ହୋଇପାରେ । ସେଥି ପାଇଁ ଜଗି ରଖି କଥାବାର୍ତ୍ତା କରନ୍ତୁ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ନିଜ ଦେହ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...