ନର୍ସରିରେ 20 ହଜାର ଚାରା ନଷ୍ଟ

ମାଲକାନଗିରି ( କୋଶଲ ନ୍ୟୁଜ୍) ଜଙ୍ଗଲ ସୁରକ୍ଷା କରିବା ନିମନ୍ତେ ପ୍ରତି ବର୍ଷ ବନବିଭାଗ ପକ୍ଷରୁ ଜଙ୍ଗଲ ଅଭିବୃଦ୍ଧି ତଥା ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ସେଥିମଧ୍ୟରୁ ଚାରାରୋପଣ ଅନ୍ୟତମ । ପ୍ରତିବର୍ଷ ବନବିଭାଗ ପକ୍ଷରୁ ନୂତନ ନର୍ସରିରେ ବିଭିନ୍ନ ପ୍ରକାରର ଚାରା ପ୍ରସ୍ତୁତି କରାଯାଇଥାଏ । ଆଜି ମାଓବାଦୀଙ୍କ ଦ୍ଵାରା ପ୍ରାୟ 20 ହଜାର ରୁ ଉର୍ଦ୍ଧ୍ବଚାରା ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡାରେ ଜଙ୍ଗଲ ବିଭାଗର ନର୍ସରି ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ପ୍ରାୟ 20 ହଜାର ରୁ ଉର୍ଦ୍ଧ୍ବଚାରା ନଷ୍ଟ ହୋଇଛି l ଘଟଣା ସ୍ଥଳରେ ଗୋବିନ୍ଦପଲି ମାଓ ସଂଘଠନ ନାମରେ ଏକ ମାଓ ପୋଷ୍ଟେର ପଡିଥିବାର ସୂଚନା ମିଳିଛି ।ମାଥିଲି ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି ।

Comments
Loading...