ମାଁ କୁ ଭୁଲିଗଲା ଝିଅ ଵୃଦ୍ଧାଶ୍ରମ ହେଲା ଶେଷ ସାହାରା

ମାଲକାନଗିରି ( କୋଶଲ ନ୍ୟୁଜ୍) ସମ୍ପର୍କର ଆରମ୍ଭ ଓ ଶେଷ ହେଉଛି ମାଁ l ମାଁ ହେଉଛି କରୁଣାମୟୀ, ଜନ୍ମଦାତ୍ରୀ ଯିଏ ଆମକୁ ନିଜ ଗର୍ଭରେ ଦଶ ମାସ ଦଶ ଦିନ ରଖି ଗର୍ଭ ଯନ୍ତ୍ରଣା ସହି ଆମକୁ ଏହି ଧରା ପୃଷ୍ଠରେ ଜନ୍ମ ଦେଇଥାନ୍ତି lଆମକୁ ସବୁ ସମ୍ପର୍କ, ଠିକ ଭୁଲ ବିଷୟରେ ପରିଚିତ କରିଥାନ୍ତି ମାଁ l ମାଁ ଏମିତି ଏକ ଶବ୍ଦ ଯାହାର କଳ୍ପନା ନାହିଁ l ମାଁଙ୍କ ସ୍ନେହ ମମତା ପାଇବା ପାଇଁ ଭଗବାନ ମଧ୍ୟ ଏହି ଧରା ପୃଷ୍ଠରେ ଜନ୍ମ ଗ୍ରହଣ କରିଥାନ୍ତି l ଆଜି ସେହି ମାଁ କୁ ରହିବାକୁ ପଢୁଛି ଵୃଦ୍ଧାଶ୍ରମରେ l ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବଦଳି ପଞ୍ଚାୟତର ଅନ୍ତର୍ଗତ MV-40 ଗ୍ରାମରେ l ମିଳିଥିବା ସୂଚନା ଅନୁସାରେ MV-40 ଗ୍ରାମର ପଦଦାସି ମଣ୍ଡଲ ଗତ ଏକ ବର୍ଷରୁ ମାଲକାନଗିରି ଵୃଦ୍ଧାଶ୍ରମରେ ରହୁଛନ୍ତି l ପରିବାର ସଦସ୍ୟ ମାନେ ଘରେ ତାଙ୍କର ଠିକ ଭାବରେ ଯତ୍ନ କରୁ ନ ଥିଲେ ଖାଇବାକୁ ମଧ୍ୟ ଦେଉ ନ ଥିଲେ l

ଏହି ଖବର ଜାଣିବା ପରେ Sub Inspector ଶୁଭଶ୍ରୀ ନାୟକ ବୁଢ଼ୀ ମାଁ କୁ ମାଲକାନଗିରି ଵୃଦ୍ଧାଶ୍ରମରେ ଆଣିଥିଲେ l ମାଁ କୁ ଵୃଦ୍ଧାଶ୍ରମ ଆସିବା ପରେ ପରିବାର ଲୋକେ ଥରେ ମାତ୍ର ତାଙ୍କ ସହ ଦେଖା କରିବାକୁ ଯାଇଥିଲେ l ଏହା ପରେ ବର୍ତ୍ତମାନ ସୁଧା ଆଉ ବୁଢ଼ୀ ମାଁ ସହିତ ଦେଖା କରବା ପାଇଁ ପରିବାରରୁ କିଏ ବି ଆସିନାହାନ୍ତି l ଜୀବନର ଶେଷ ମୁହୁର୍ତରେ ସେ ତାଙ୍କ ଝିଅ, ନାତି ନାତୁଣୀକୁ ସମସ୍ତଙ୍କୁ ଶେଷଥର ପାଇଁ ଦେଖିବାକୁ ଚାହୁଁଛନ୍ତି ହେଲେ ବୁଢ଼ୀ ମାଁ ର କରୁଣା ଡାକ ପହଞ୍ଚି ପାରୁନି ଝିଅ ଜବା ପାଖକୁ l ପଦଦାସିଙ୍କ ବୟସ ପାଖାପାଖି 80 ବର୍ଷ ଖଟରେ ଶୋଇ ଶୋଇ ଦିନରାତି ଅପେକ୍ଷା କରୁଛନ୍ତି ନିଜ ପରିବାରର ଆସିବାର lପରିବାର ଲୋକଙ୍କୁ ଥରେ ଦେଖିବା ପାଇଁ ଝୁରୁଛି ମାଁ ର ମମତା ଦୁଇଟି ଥମୁ ନାହିଁ ଦୁଇ ଆଖିରୁ ଅସୁମାରୀ ଲୁହ l ଵୃଦ୍ଧାଶ୍ରମରୁ ଏହି ଖବର ତାଙ୍କ ଝିଅ ଜବାକୁ ଅନେକ ଥର ଦିଆଯାଇଥିଲା ମଧ୍ୟ ଝିଅ ଜବା ବୁଢ଼ୀ ମାଁ କୁ ଦେଖିବାକୁ ବର୍ତ୍ତମାନ ପ୍ରଯ୍ୟନ୍ତ ଆସିଲାନାହିଁ l ଵୃଦ୍ଧାଶ୍ରମରେ ବୁଢ଼ୀ ମାଁଙ୍କ ଏମିତିକା ଖବର ଜାଣିବା ପରେ ପଡୋଶୀ ଘର ଶ୍ରୀକାନ୍ତ କବିରାଜ ତାଙ୍କ ଝିଅ ଜବା ଓ ନାତି ମାନଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଆସିବାକୁ ଅନୁରୋଧ କରିଥିଲେ l ହେଲେ ବର୍ତ୍ତମାନ ସୁଧା ଝିଅ ବା ତାଙ୍କ ନାତି ନାତୁଣୀ କିଏ ବି ଆସିନାହାନ୍ତି l ବର୍ତ୍ତମାନ ସୁଧା ଦେଖିବାକୁ ମିଳିଛି ପୁଅ ବୋହୁ ବାପା ମାଁ ଙ୍କୁ ଵୃଦ୍ଧାଶ୍ରମ ପଠେଇବାର ଦେଖାଯାଇଛି l କିନ୍ତୁ ଏଠାରେ ଦେଖିବାକୁ ମିଳିଛି କିଛି ଭିନ୍ନ ଧାରଣର ଘଟଣା ଯାହା ଚର୍ଚ୍ଚାର ବିଷୟ ପାଲିଟିଛି ନିଜ ଝିଅ ହେଇ ମଧ୍ୟ ବୃଦ୍ଧା ମାଁ ର ଶେଷ ସମୟରେ କରୁଣା ଡାକ ପାଇଁ ମଧ୍ୟ ଦେଖା କରିବାକୁ ଯାଉନି l ତେବେ ଦେଖିବାକୁ ବାକି ରହିଲା ମାଁ ର କରୁଣା ଡାକ କେତେବେଳେ ଝିଅ କାନକୁ ଆସିବ l

Comments
Loading...