ଜନପ୍ରିୟ ନେତା ସ୍ବର୍ଗତ ଶ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ମାଲକାନଗିରି ( କୋଶଲ ନ୍ୟୁଜ୍) ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ବିଜୟଶ୍ରୀ ରାଉତରାୟ ଙ୍କ ପରଲୋକ ବିଷୟରେ ଜାଣି। ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶୋକ ସଭା ଆୟୋଜନ କରାଯାଇଥିଲା । ତାଙ୍କର ଜନ୍ମ 28/07/1953 ଓ ମୃତ୍ୟୁ 02/06/2021ହେଇଥିଲା l ସେ ତାଙ୍କ ରାଜନୀତି ଜୀବନରେ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଥିଲେ l ସେହି ମହାନୁଭବ ମଣିଷ ଆଜି ଆମ ଗହଣରେ ନାହାନ୍ତି l ତାଙ୍କ ଆତ୍ମର ସଦଗତି ନିମନ୍ତେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ, ଜିଲ୍ଲା ବିଜୁ ଯୁବ ଦଳ ଓ ବିଜୁ ଛାତ୍ର ଦଳର ସଦସ୍ୟ ମାନେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣେଇ ଥିଲେ। ଉକ୍ତ ସଭାରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ରାଜେନ୍ଦ୍ର ପଣ୍ଡା, ଶ୍ରୀ ଦୁର୍ଗା ପ୍ରାସଦ ତ୍ରିପାଠୀ, ଶ୍ରୀ ନୁରସିଂହ ଚରଣ ମୋହାନ୍ତି, ଶ୍ରୀ ପ୍ରଭାକର ପ୍ରଧାନ, ଶ୍ରୀ ଜେମ୍ସ ଜୋସପ,ଶ୍ରୀ ହୃଦାନନ୍ଦ ସାହୁ,ଶ୍ରୀ ଆଡ଼ମା ରାବା,ଶ୍ରୀ ତାପସ ରଞ୍ଜନ ନାୟକ,ଶ୍ରୀ ବଂଶୀ ମୁଦୁଲି, ରାଜୁ ମଣ୍ଡଳ,କଣ୍ଟେଶ ପୋଟଲା, ଏ, ରାଜୁ ରାଓ, ରଜତ ପଣ୍ଡା, ମୋନାଜ ପଟ୍ଟନାୟକ, ସୁନିଲ ସାହୁ, ପ୍ରମୁଖ ଉପସ୍ଥିତ ରହି।

Comments
Loading...