କାଳ ବୈଶାଖୀ ପ୍ରବାହ : ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

ବାଲିଗୁଡା,(କୋଶଲ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖି ର ପ୍ରବାହରେ ପ୍ରବଳ ବର୍ଷା ସହ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ଶଙ୍କରାଖୋଲ କୁବୁସାହିର ପନ୍ଦର ବର୍ଷ ର ନାବାଳକ ତରଣୀ ସେନ କହଁର | ସେ ୧୦ ମ ରେ ପାଠ ପଢୁଥିଲା। ସେହିପରି ଅନ୍ୟ ଜଣେ ୧୧ ବର୍ଷର ଆକାଶ କହଁର ଗୁରୁତର ଆହତ ହୋଇଛି। ଦୁହେଁ ଘର ବାହାରେ ଖେଳୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ନାବାଳକ ତରଣୀର ଅକାଳ ମୃତ୍ୟୁରେ ପରିବାର ସମେତ ଓ ସମଗ୍ର ଶଙ୍କରାଖୋଲରେ ଶୋକର ଛାୟା ଖେଳିଯାଇଛି ।ମୃତକଙ୍କ ପରିବାର ବର୍ଗକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Comments
Loading...