ବ୍ରହ୍ମା ସାଧୁବାହାଳ ଦିନ ଦିପହରରେ ମେସିନ କରୁଛି ରୁଗୁଡ଼ି କଟା କାମ ଠିକାଦାର ମାଲେମାଲ

ଦେବଗଡ଼ : (କୋଶଳ ନ୍ୟୁଜ )-ଶ୍ରମିକ ବଦଳରେ ମେସିନ କରୁଛି ବନ୍ଧ କାମ ଯନ୍ତ୍ରୀ ଓ ଠିକାଦାର ମାଲେମାଲ । କାମ ଧନ୍ଧା ନ ପାଇ ହାତ ବାନ୍ଧି ବସିଛନ୍ତି ଗରିବ ଶ୍ରମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲାର ତିଳେଇବନି ବ୍ଲକ ବଡ଼ଛାପଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମା ସାଧୁବାହାଳ ଗ୍ରାମର ଦୃଶ୍ୟ । ଶ୍ରମିକଙ୍କୁ ବର୍ଷକୁ ଅନ୍ତତଃ ଶହେ ଦିନର କାମଧନ୍ଧା ଯୋଗାଇ ଦେବାଲାଗି ସରକାର କାର୍ଯ୍ୟକାରୀ କରିଛନ୍ତି l ମାତ୍ର ଠିକାଦାର ଜଣକ କାର୍ଯ୍ୟରମ୍ଭ ପୂର୍ବରୁ କାର୍ଯ୍ୟସ୍ଥଳରେ ସୂଚନା ଫଳକ ନ ଲଗାଇ କି ଶ୍ରମିକଙ୍କୁ ମଧ୍ୟ କାର୍ଯ୍ୟରେ ନ ଲଗାଇ JCB ମେସିନ ଓ ଟ୍ରାକ୍ଟର ସାହାର୍ଯ୍ୟରେ ପୋଖରୀ ଖୋଳl ଚାଲିଛି l

ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ବ୍ରହ୍ମା ସାଧୁବାହାଳ ରୁଗୁଡ଼ି କଟା ଜେସିବି ଓ ଟ୍ରାକ୍ଟର ଦ୍ୱାରା ଚାଲୁଛି ହେଲେ ବିରୋଧ କଲେ ମଧ୍ୟ ସରକାରୀ ବାବୁମାନେ କାନ ଦେଉନାହାନ୍ତି ଏ ଦୃଶ୍ୟଟି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଅନୁରୋଧ କରିବା ସହିତ ଏହି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଯଦି ଏହାର ସୁଵିଚାର ନ ହୋଇ ଏମଆରଏଫ କି ବିଲ ହୁଅ ତାହାଲେ ପଞ୍ଚାୟତ କର୍ମଚାରୀ ତଥା ବ୍ଲକ କର୍ମଚାରୀ ଗଣମାଧ୍ୟମ ଆଗରେ ପର୍ଦାଫାଶ ହେବାଟା ସୁନିଶ୍ଚିତ l ଆଗାମୀ ଦିନରେ ଦେଖିବାକୁ ବାକିରହିଲା ଏହାର ସୁବିଚାର ହେଉଛି କି ଚଳୁ କରୁଛନ୍ତି l

Comments
Loading...