କଳାରୁଦ୍ର ଯୁବକ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

କଳାହାଣ୍ଡି ( କୋଶଲ ନ୍ୟୁଜ ) କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ! ମହାମାରୀ କରୋନା ଯୋଗୁ ସାରା ରାଜ୍ୟ ରେ ଲକଡାଉନ ଥିବା ବେଳେ ସଂଘ ର ସଦସ୍ୟ ମାନେ ସର୍ବ ପ୍ରଥମେ ନିଜ ଗ୍ରାମ ର ପରିବେଶ କୁ ସଫେଇ କରି ପରେ ରାଜସ୍ବ ନିରୀକ୍ଷକ ଶ୍ରୀ ରାଜଲକ୍ଷ୍ମୀ ବିଶ୍ୱାଲ ଙ୍କ ଅନୁମତି କ୍ରମେ ଜୋରାଡବରା ସ୍ଥିତ ନବନିର୍ମାଣ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ଜୋରାଡବରା ପରିସରରେ ବିଭିନ୍ନ କିସମ ର ବୃକ୍ଷ ରୋପଣ ମଧ୍ୟ କରିଥିଲେ !

ଉକ୍ତ କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ବେଛାସେବୀ ସନତ କୁମାର ସାହୁ, ସମ୍ପାଦକ ରେଶବ ନାରାୟଣ ସାହୁ, କୋଷାଧକ୍ଷ ଦୟାନିଧି ସାହୁ, ଉପସଭାପତି ଦୁର୍ବାଦଳ ସାହୁ, ସହସମ୍ପାଦକ ସଂଜୀବ ସାହୁ,ଅରବିନ୍ଦ ସାହୁ, ଲୋକନାଥ ସାହୁ, ନୀଳକଣ୍ଠେଶ୍ଵର ସାହୁ,ଏବଂ ପ୍ରଗତିବାଦୀ ପ୍ରତିନିଧି ଶ୍ରୀ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ !

Comments
Loading...