ଆଜିର ରାଶିଫଳ ରବିବାର ୦୬ ଜୁନ ୨୦୨୧

ମେଷ: ଏହି ରାଶିର ଲୋକ ମାନଙ୍କର ପରିବାର ଲୋକଙ୍କ ସହ ଭଲ ସମୟ କଟିବ । ବିଦେଶ ଯିବାର ଯୋଗ ରହିଛି । ବ୍ୟବସାୟରେ ଅଧିକ ଲାଭ ହେବାର ଆଶଙ୍କା ରହିଛି । ନିଜ ସାଙ୍ଗ ସାଥି ମାନଙ୍କର ସହଯୋଗ ମିଳିବା ଦ୍ଵାରା ଆପଣ ନିଜ ଜୀବନରେ ସଫଳତା ପାଇପାରିବେ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଆପଣ ଆଜି ଘରର କୌଣସି ଜିନିଷ କିଣିବାରେ ନିଜକୁ ବ୍ୟସ୍ତ ରଖିବେ । ଆପଣ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଭଲ ରହିବେ । ଅଧିକ ପରିଶ୍ରମ କରିଥିବା ଯୋଗୁ ଆପଣ ନିଜକୁ ଦୁର୍ବଳ ମନେ କରିବେ । ତେଣୁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବା ଯାହା ଦ୍ଵାରା ସେ ତାଙ୍କ ଜୀବନରେ ସଫଳତା ପାଇପାରିବେ । ଛାତ୍ରମାନେ କଠିନ ପରିଶ୍ରମ କଲେ ଆଗକୁ ସଫଳତା ପାଇପାରିବେ । ଆପଣଙ୍କ ସାଙ୍ଗ ସାଥିଙ୍କ ସହ ଘନିଷ୍ଠ ସମ୍ପର୍କ ରହିବ । ଆପଣଙ୍କ ବ୍ୟବସାୟରେ ଭଲ ଲାଭ ହେବ । ନିଜର ଭଲ ଗୁଣ ପାଇଁ ଆପଣ ସବୁଠାରେ ପ୍ରଶଂସାର ପାତ୍ର ହେବେ । ଅଫିସରେ କାମ କରୁଥିବା ଲୋକମାନେ ନିଜ ସହକର୍ମୀ ଓ ଉଚ ଅଧିକାରୀଙ୍କ ସମର୍ଥନ ପାଇବେ । କୌଣସି ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନେବେ ।
ସିଂହ: ଏହି ରାଶିର ଲୋକ ମାନଙ୍କୁ ଅନ୍ୟ କାହା ମାଧ୍ୟମରେ ସଫଳତା ମିଳିପାରେ । ଚାକିରି କରିଥିବା ଲୋକ ମାନଙ୍କୁ ଭଲ ଅଫର ମିଳିପାରେ । ଆପଣଙ୍କ ଘରେ ଖୁସିର ମାହୋଲ ରହିବ । ଆପଣ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ଦାଂପତ୍ଯ ଜୀବନରେ ସୁଧାର ଆସିବ । ନିଜ ଜୀବନ ସାଥିଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ ଯାହା ଆପଣଙ୍କ ବିବାହିତ ଜୀବନରେ ନୂଆ ପରିବର୍ତ୍ତନ ଆଣିଦବ । ନିଜ ନିଷ୍ପତି ଉପରେ ଅଟଳ ରହି ଜୀବନରେ ଆଗକୁ ବଢିଲେ ସଫଳତା ପାଇପାରିବେ । ସମ୍ପତି ସମ୍ଭଧୀୟ କାର୍ଯ୍ୟରେ କୌଣସି ଖୁସି ଖବର ମିଳିପାରେ ।
ତୁଳା: ଏହି ରାଶିର ଲୋକ ମାନେ ନିଜ ଘରର କୌଣସି କାମରେ ବ୍ୟସ୍ତ ରହିବେ । ଅନ୍ୟ ଲୋକଙ୍କ ଠାରୁ ସାହାଜ୍ଯ ମିଳିପାରେ । ଆପଣଙ୍କ ବ୍ୟବହାରରେ ଉଦାରତା ଦେଖାଯିବ । ଯାହା ପାଇଁ ଆପଣ ସବୁ କ୍ଷେତ୍ରରେ ସଫଳତା ପାଇ ପାରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ସମୟ ଅତିବାହିତ ହେବ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଯଦି ଦରକାର ପଡେ ଆପଣ ନିଜ ପାଇଁ ସମୟ ବାହାର କରନ୍ତୁ । ଆପଣଙ୍କ ସଫଳତାରେ କିଛି ଲୋକମାନେ ଈର୍ଷା କରି ପାରନ୍ତି । ତେଣୁ ସେହିଭଳି ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ଧନୁ: ଏହି ରାଶିର ଲୋକ ମାନଙ୍କୁ ନିଜ ପରିବାର ସହ ଭଲ ସମୟ କଟାଇବାର ମୌକା ମିଳିବ । କୌଣସି କାରଣରୁ ଧନ ଲାଭର ଯୋଗ ରହିଛି । ଅଫିସରେ ଅଧିକାରୀ ମାନଙ୍କର ସହଯୋଗ ମିଳିବ । ଯାହା ପାଇଁ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇ ପାରିବେ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରାଖୀ କଠିନ ପରିଶ୍ରମ କରିବାକୁ ଚେଷ୍ଟା କରନ୍ତୁ । କୌଣସି ଅନୁଭବି ବ୍ୟକ୍ତିଙ୍କ ସହ ଦେଖା ହେବ ଯିଏ ଆପଣଙ୍କୁ ସଠିକ ମାର୍ଗ ଦର୍ଶନ କରାଇବେ ।
କୁମ୍ଭ: ଏହି ରାଶିର ଲୋକ ମାନଙ୍କର ପରିବାର ଲୋକଙ୍କ ସହ ଭଲ ସମ୍ପର୍କ ରହିବ। କାନୁନି କାମରେ ଜଡିତ ଲୋକମାନେ ସତର୍କ ରୁହନ୍ତୁ । ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ମନ୍ଦିର ଦର୍ଶନ ପାଇଁ ଆପଣ ପରିବାର ଲୋକଙ୍କ ସହ ଯାତ୍ରା କରିପାରନ୍ତି । ଆର୍ଥିକ ଲାଭର ସମ୍ଭାବନା ରହିଛି । ଆପଣ ନିଜର ନୂଆ ପରିଚୟ ସୃଷ୍ଟି କରିବାକୁ ଚାହୁଥିଲେ ଜୀବନରେ କଠିନ ପରିଶ୍ରମ କରନ୍ତୁ । ଆପଣ ଛୋଟ ଛୋଟ ପ୍ରଶଂସାରୁ ବାହାରକୁ ଆସି ନିଜ ପାଇଁ ଯାହା ଯୋଗ୍ୟ ସେହି କାମଟିକୁ କରିବାକୁ ଚେଷ୍ଟା କରନ୍ତୁ । ନିଜେ ନେଇଥିବା ନିଷ୍ପତି ଉପରେ ଅଟଳ ରହି ଜୀବନରେ ଆଗକୁ ବଢିଲେ ସଫଳତା ପାଇ ପାରିବେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...