ପାରାଦ୍ବୀପ ଯୁବକ ସଂଘ ପକ୍ଷରୁ ରନ୍ଧା ଖାଦ୍ୟ,ମାକ୍ସ ବଣ୍ଟନ

ଜଗତସିଂହପୁର(କୋଶଲ ନ୍ୟୁଜ୍) ପାରାଦ୍ୱୀପ ସ୍ଥିତ ଲେପ୍ରସି କଲୋନୀ ରେ ପାରାଦ୍ବୀପ ଯୁବକ ସଂଘ(PJS) ପକ୍ଷରୁ ଏହି କରୋନା ମହାବିପତ୍ତି ସମୟରେ ତାଙ୍କ ପାଖରେ ପହଂଚି ସେମାନଙ୍କର ବିଭିନ୍ନ ଅସୁବିଧା ସମ୍ପର୍କ ରେ ଆଲୋଚନା କରିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ, ବସ୍ତ୍ର ଏବଂ ମାକ୍ସ ବଣ୍ଟନ କରାଯାଇଛି।

ଆଜି ଭି ଏଠି ନା ଅଛି ପାଣି ର ସୁବିଧା ନା ବିଜୁଳି ର. ବହୁତ ଅସୁବିଧା ରେ ଜୀବନ ଯାପନ କରୁଛନ୍ତି ଏହି କଲୋନୀ ରେ ଅନ୍ତେବାସୀ. କିଛି ଲୋକଙ୍କୁ ରାସନ ମିଳୁଥିବା ବେଳେ ଆଉ କିଛି ଏଥିରୁ ବଂଚିତ ଅଛନ୍ତି।


ପ୍ରଶାସନ କୁ ଅନୁରୋଧ ଦୟାକରି ଏହା ଉପରେ ପଦକ୍ଷେପ ନେଇ ସମସ୍ତ ମୌଳିକ ସୁବିଧା ଯେପରି ପାଇବାର ସୁବିଧା କରନ୍ତୁ.ଏହା ସଭାପତି ପ୍ରସାଶନ କୁ ଅନୁରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ଇଂ.ମନୋଜ କୁମାର ନାୟକ ନେତୃତ୍ୱ ରେ ଉପଦେଷ୍ଟା କୁମର କୋ ଅର୍ଡିନେଟର ଅଵିନାଷ ପରିଡ଼ା, ରୋହିତ ରାଉତରାୟ, ଦେଵଦତ, ପରି ୟାଶ, ଅମିୟ ସାହାଣୀ ତୁଷାର କାନ୍ତ ମଣ୍ଡଳ, ରାଜା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ଭାବେ ପରିଚାଳନା କରିଥିଲେ।

Comments
Loading...