ପେଟ୍ରୋଲ ଓ ଡିଜେଲ ଆହେତୁକ ଦର ଦାମ ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନୂଆପଡା ( କୋଶଲ ନ୍ୟୁଜ୍ ) ସମ୍ପୂର୍ଣ୍ଣ ଦେଶ କରୋନା ମହାମାରୀ ଭଲି ଜଟିଳ ପରିସ୍ଥିତି ଗତି କରୁଥିବା ବେଳେ ଅନେକେ ଲୋକ ନିଯୁକ୍ତି ହରେଇ ବେରୋଜଗାରୀ ରେ ଅଛନ୍ତି ତ, ଆଉ କେତେକ ଲୋକ ନିଜ ପରିବାର ଲୋକଙ୍କୁ ହରାଇ ଚନ୍ତାରେ ପଡିରହିଛନ୍ତି l କିନ୍ତୁ କେନ୍ଦ୍ରରେ ମୋଦୀ ନେତୃତ୍ୱାଧୀନ ଭାଷଣବାଜି ସରକାର ପେଟ୍ରୋଲ ଡିଜେଲ ଆହେତୁକ ଦର ବୃଦ୍ଧି କରି ଦେଶର ଜନତା ଙ୍କୁ ଟ୍ୟାକ୍ସ ନା ରେ ହରିଲୁଟ କରିବା କଦାପି ଗ୍ରହଣୀୟ ନୁହେଁ l ଏହାକୁ ପ୍ରତିବାଦ କରି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶାହରୁଖ୍ ଖାନ୍ ଙ୍କ ନେତୃତ୍ବରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଡା ସମାଲୋଚନା କରିବା ସହ ମୋଦୀ ଙ୍କ ଶାସନରେ ପେଟ୍ରୋଲ ଡିଜେଲ ଦର ଶହେ ଛୁଇଁ ଥିବାକୁ ନେଇ ଅଭିନବ ଢଙ୍ଗରେ କେକ୍ କାଟି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ନୂଆପଡ଼ା ରାଜରାସ୍ତା ଯାତାୟାତ କରୁଥିବା ସମସ୍ତ ବାଇକ୍, ଚାରିଚକିଆ ଓ ଟ୍ରକ୍ ଆରୋହୀ ଙ୍କୁ ମାକ୍ସ ବଣ୍ଟନ କରାଯାଇଥିଲା l ପ୍ରଦର୍ଶନ ମାଧ୍ୟମରେ ଯୁବ କଂଗ୍ରେସ ଦ୍ୱାରା ମୋଦୀ ସରକାର କୁ ଦରବୃଦ୍ଧି କମ୍ କରାଯାଉ କିମ୍ବା କ୍ଷମତା ରୁ ଓହରି ଯାଅନ୍ତୁ ବୋଲି କଡା ନିନ୍ଦା କରାଯାଇଥିଲା l

ଏହି ବିକ୍ଷୋଭ ସଭାରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଘାସିରାମ ମାଝୀ, ବରିଷ୍ଠ କଂଗ୍ରେସ ନେତା ଦେବଦତ୍ତ ଦୀକ୍ଷିତ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଅମିତ ଅହିର, ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନ୍, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଜୟଦେବ ମାଝୀ, ରାଜକୁମାର ମାଝୀ, ପ୍ରେମ ତାଣ୍ଡି, ଜିଲ୍ଲା ଯୁବ ସମ୍ପାଦକ ଭୀମ ଯାଦବ, ଶରତ ଚନ୍ଦ୍ର ମାଝୀ, ବିଜୟ କୁମାର ନାଏକ, ସୁନୀଲ ଯାଦବ, ଦୀପକ ଗୁପ୍ତା, ଦିଲ୍ଲିପ ତମ୍ବା, ସୂରଜ ନିର୍ମଳକାର ଓ ପ୍ରମୁଖ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Comments
Loading...