ବରଖୁଳ ଗ୍ରାମକୁ ପଞ୍ଚୟତ କର୍ମଚାରୀ ଓ ବ୍ଲକ ଅଧିକାରୀଙ୍କ ଅଣଦେଖା

ଦେବଗଡ଼(କୋଶଲ ନ୍ୟୁଜ ): ଲୋକେ ଯେମିତି ମୌଳିକ ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଏ ସବୁ କାଗଜ କଲମରେ ସୀମିତ ମାତ୍ର lଆମେ ଏଠି ଆପଣ ମାନଙ୍କୁ ଯେଉଁ ଦୃଶ୍ୟ ଦେଖାଉଛୁ ଏ ଦୃଶ୍ୟଟି ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୁଳ ଗ୍ରାମର ଚିତ୍ର l ଏହି ଗାଁ କୁ ଯିବାକୁ ହେଲେ ଭଲ ରାସ୍ତା ଖଣ୍ଡିଏ ନାହିଁ l ଏଠାକୁ କେବେ କୌଣସି ଦିନ ସ୍ଥାନୀୟ ସରପଞ୍ଚ ମହାଶୟ ମଧ୍ୟ ବୁଲି ଯାଆନ୍ତି ନାହିଁ l ଏହି ବରଖୁଳ ଗ୍ରାମରେ ଅନେକ ବିଧବା ଓ ବୃଦ୍ଧା ଅଛନ୍ତି ସେମାନଙ୍କୁ ଭତ୍ତା ଖଣ୍ଡିଏ ମିଳିପାରୁନି l ଏହି ଗ୍ରାମରେ ବସବାସ କରନ୍ତି ତିରିଶ ଟି ଆଦିବାସୀ ପରିବାର ଏଠାରେ ରହୁଥିବା ପାଖାପାଖି 40/50ଟି ପିଲା ସ୍କୁଲ ନ ଥିବାରୁ ଶିକ୍ଷାଦାନ ରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି l ଗ୍ରାମର ଲୋକେ ବହୁତ ଥର ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବଡିଓ ଓ ଜିଲ୍ଲାପାଳ ମହୋଦୟଙ୍କୁ ଗ୍ରାମର ବିଭିନ୍ନ ମୌଳିକ ଅସୁବିଧା ବିଷୟରେ ଜଣାଇଁ ଆସୁଥିଲେ ମଧ୍ୟ ଏସବୁ କେହି ଶୁଣୁ ନ ଥିବା ବରଖୁଳ ଗ୍ରାମବାସୀ ଆମ ଗଣମାଧ୍ୟମ ଆଗରେ କହିଛନ୍ତି l

Comments
Loading...