ସୁବର୍ଣ୍ଣପୁର ଜିଲ୍ଲା ରେ ଧାନକିଣା ଅବ୍ୟବସ୍ଥାର ସମାଧାନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କୋଶଲ ନ୍ୟୁଜ୍ : ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ରବିଋତୁର ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି ।ଚାଷୀ ପଞ୍ଜିକରଣ,ଟୋକନ ବ୍ୟବସ୍ଥାର ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ପାଇଁ ଜିଲ୍ଲାର ବିଭିନ୍ନ ମଣ୍ଡି ଗୁଡିକରେ ଧାନ ବିକ୍ରି କରିବାରେ ଚାଷୀ ବହୁ ଅସୁବିଧାର ହେଉଛନ୍ତି ।ଏହାର ପ୍ରତିବାଦ ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ଏହି ଦାବୀପତ୍ର ରେ ଚଳିତ ରୁତୁ ରେ ଚାଷୀଙ୍କ ଧାନ କିଣାରେ କଟଣି ଛଟଣି, ଚାଷୀ ପଞ୍ଜୀକରଣ ତ୍ରୁଟି ଓ ଟୋକନ ବ୍ୟବସ୍ଥା ର ଭୁଲ ପ୍ରକ୍ରିୟା ପାଇଁ ଚାଷୀମାନେ ତାଙ୍କର ଧାନ ବିକ୍ରି କରି ପାରୁ ନାହାନ୍ତି l ଏହା ସହିତ ଟୋକନ ଅବଧି କମ ଦିନ ହୋଇଥିବାରୁ ଓ ଚାଷୀଙ୍କୁ ନିର୍ଦ୍ଧିଷ୍ଠ ସମୟରେ ଧାନ ବିକ୍ରି ପାଇଁ ସୂଚନା ଦିଆ ନଯିବାରୁ ଟୋକନ ଅବଧି ଶେଷ ହୋଇଯାଉଛି ଏବଂ ଚାଷୀ ଧାନ ବିକ୍ରିରୁ ବଂଚିତ ହେଉଛନ୍ତି ।ଏପରିକି ଯେତିକି ପରିମାଣର ଜମି ଦିଆଯାଇଥିଲା ତାହା ସଠିକ ତଦନ୍ତ କରା ନଯାଇ ପଂକିକରଣ କରାଯାଇ ଥିବାରୁ ଚାଷୀ ତାର ଉତ୍ପାଦିତ ଧାନକୁ ବିକ୍ରି କରି ପାରୁ ନାହାନ୍ତି ।ଏଣୁ ଚାଷୀଙ୍କୁ ଦିଆଯାଇଥିବା ଟୋକନ ଅବଧି ବୃଦ୍ଧି କରାଯିବା ସହିତ ଅବଧି ସରି ଯାଇଥିବା ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ।ତ୍ରୁଟିପୂର୍ଣ୍ଣ ପଞ୍ଜିକରଣ ହୋଇଥିବା ଜମିର ପରିମାଣକୁ ସଂଶୋଧନ କରାଯାଇ ସେଥିରେ ଚାଷୀର ଉତ୍ପାଦିତ ଧାନ ବିକ୍ରି ପାଇଁ ଆଦେଶ ଦିଆଯାଉ । ଏପରି କି କୁଇଣ୍ଟାଲ ପିଛା କଟନୀ ଛଟଣି ବନ୍ଦ କରି ଏହାର ସମାଧାନ ଶୀଘ୍ର କରାଯାଉ l ନଚେତ ଗଣତାନ୍ତ୍ରିକ ପଦ୍ଧତିରେ ଆଗାମି ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି l ଏହି ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ଗୌରୀ ଶ୍ଯାମ ପଣ୍ଡା, ଜିଲ୍ଲା ଆଇନ୍ ସେଲ ସଭାପତି, ସୁଧୀର କୁମାର ପଣ୍ଡା, ନିମାଇଁ ଚରଣ ପାଣିଗ୍ରାହୀ, ଜିଲ୍ଳା କିଷାନ ମୋର୍ଚ୍ଚା ସଭାପତି ନରେନ୍ଦ୍ର ପଣ୍ଡା, ସୂର୍ଯ୍ୟ କାନ୍ତି ବାଗ ଙ୍କ ସମେତେ ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l

Comments
Loading...