ବ୍ରିଜନିର୍ମାଣ ପାଇଁ ଅଞ୍ଚଳ ବାସୀଙ୍କ ଦାବି

କଳାହାଣ୍ଡି (କୋଶଲ ନ୍ୟୁଜ) : ଦେଶ ସ୍ଵାଧୀନତାର ୭୩ବର୍ଷ ବିତିଯାଇଥିଲେ ମଧ୍ୟ ବହୁ ସମସ୍ୟା ଘେରରେ ପଡିରହିଛନ୍ତି ଅଞ୍ଚଳବାସୀ !ଗ୍ରାମବାସୀଙ୍କ କହିବା ଅନୁସାରେ ଆଜିକୁ ଦୀର୍ଘ୪୦ବର୍ଷ ହେଲା ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ଅନେକ ରାଜନେତା ମାନଙ୍କୁ ଓ ପ୍ରଶାସନକୁ ଅନେକ ଥର ଜଣେଇ ଗୁହାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ହେଲେ କର୍ଣ୍ଣପାତ କରୁନ’ଥିବା ଅଭିଯୋଗ କରିଛନ୍ତି କନ୍ଦସାର୍ଲୀ ଗ୍ରାମବାସୀ ତଥା ଅଞ୍ଚଳ ବାସୀ !ଏମିତି ଦୁଃଖଦୀୟ ସମସ୍ୟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ର ଲାଖବାହାଲି ଗ୍ରାମପଞ୍ଚାୟତ ଅଧିନସ୍ତ କନ୍ଧସାର୍ଲୀ ଗ୍ରାମରେ ! ଏଠାରେ କନ୍ଧ ସାର୍ଲୀ ଗ୍ରାମର ଲୋକେ RD ରାସ୍ତାକୁ ଯିବାପାଇଁ ହେଲେ ଏକ ରେତ୍ ନଦୀଭଳି ଗୋଟିଏ ବଡ ନାଲ ଡେଇଁକି ଯିବାକୁ ପଡ଼ିଥାଏ !ଆଉ ଉକ୍ତ ରାସ୍ତାରେ କନ୍ଧସାର୍ଲୀ,ଦୋରା ସାର୍ଲୀ,ବାରିଗୁଡା,ସିର୍କିଝୋଲା,ଫଣସଗୁଡ଼ା,ପଟାଙ୍ଗପଦର,ବାଲିଭଟା, ଥୁଆନାର,ସୋରଗୁଡା ଆଉ ଅନେକ ଗ୍ରାମର ଲୋକେ ଯାତାୟତ କରିଥାନ୍ତି !ଏହି ଗ୍ରାମର ଲୋକମାନେ ଉକ୍ତ ନାଲ ନ’ଡେଇଁଲେ କୌଣସି ପ୍ରକାର କାର୍ଯ୍ୟ ହୁଏ ନାହିଁ ବୋଲି କନ୍ଧସାର୍ଲୀ ଗ୍ରାମ ବାସୀ ମତ ପ୍ରକାଶ କରିଛନ୍ତି ।ଏଠାରେ ବିଶେଷକରି ବର୍ଷା ସମୟରେ ଯାତାୟତ କରିବାକୁ ବହୁତ କଷ୍ଟକର ହୋଇ ପଡ଼ିଥାଏ!ମଝିରେ ବଡନାଲ ଓ ଦୁଇ ପକ୍ଷରେ ବଡ ବଡ ଘାଟି ରହି ଥିବାବେଳେ ବର୍ଷା ହେଲେ ନାଲ ପାଣି ବହୁତ ବଢ଼ି ଯାଉଥିବାରୁ ଦୁଇ ପକ୍ଷ ନାଲ କୂଳରୁ ଆରମ୍ଭ କରି ରାସ୍ତାଯାକ ଗ୍ରାମ ପର୍ଯ୍ୟନ୍ତ ଭୟଙ୍କରୀ କାଦୁଅ ହୋଇଥାଏ ଓ ଯାନବାହନ ଯିବାର ତ’ଦୂରର କଥା ଖାଲି ପାଦରେ ଚାଲି ଯିବା ଏତେ କଷ୍ଟ ଯେ’କହିଲେ ନ’ସରେ ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି ! ଅଞ୍ଚଳ ବାସୀ କହିବା ଅନୁଯାୟୀ ଅନେକ ଥର ଅନେକ ଲୋକଙ୍କୁ ଯଥା-ବସନ୍ତ ପଣ୍ଡା, ଭକ୍ତ ଚରଣ ଦାସ, ଶିବାଜୀ ମାଝୀ,ଶ୍ରୀମତୀ ମାଝୀ,ବଳଭଦ୍ର ମାଝୀ,ପ୍ରଦୀପ ଦିଶାରୀ,ଫକୀର ମୋହନ ମାଝୀ ଓ BDO ଜିତେନ୍ଦ୍ର କୁମାର ମିଶ୍ର ଏହିପରି ଅନେକ ରାଜନେତା ଓ ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି ଖାଲି ପ୍ରତିଶୃତି ଦେଇ ଚାଲି ଯାଉଛନ୍ତି ବୋଲି ଆମ ଗଣ ମାଧ୍ୟମ ସମ୍ମୁଖରେ ମତପ୍ରକାଶ କରିଛନ୍ତି ।ଆଉ ଏଠାରେ ଏମିତି ପ୍ରତ୍ୟୋକ ଭୋଟ୍ ସମୟରେ ଅନେକ ରାଜ ନେତା ମାନେ ଆସି ପ୍ରଲୋଭନ ଦେଖାନ୍ତି ଆଉ ଖାଲି ପ୍ରତିଶୃତି ଦେଇ ଚାଲି ଯାଉଛନ୍ତି ! ଏଥର ଯଦି ଆମର ଏହିଭଳି ସମସ୍ୟାକୁ ଯଦି ଉଚିତ୍ ପଦକ୍ଷେପ ନିଆ ନ’ଯାଏ ଆଉ ଯଥା ସମ୍ଭବ ବ୍ରିଜନିର୍ମାଣ କରାନ’ଯାଏ ତାହାହେଲେ ଆଗାମୀ ELECTION ରେ ଭୋଟ୍ ବର୍ଜନ କରିବାକୁ ବାଧ୍ୟହେବୁ ଆଉ ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଛେଇବୁ ନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ !!

Comments
Loading...