ତୈଳ ଦର ବୁଦ୍ଧିକୁ ବିରୋଧ କରି ଜିଲ୍ଲା କଂଗ୍ରସ ପକ୍ଷରୁ ଧାରଣା

ମାଲକାନଗିରି ( କୋଶଲ ନ୍ୟୁଜ୍) ରାଜ୍ୟରେ ଦିନକୁ ଦିନ ତୈଳ ଦର ବୃଦ୍ଧି ହେଉଛି । ତୈଳ ଦର ବୁଦ୍ଧି ଯୋଗୁଁ ପନିପରିବା , ରାସନ ସାମଗ୍ରୀର ଦର ମଧ୍ୟ ବଢୁଥିବା ଦେଖବାକୁ ମିଳିଛି । ତୈଳ ଦର ବୁଦ୍ଧି ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟାର ସମୁଖିନ ହେଉଛନ୍ତି । ବର୍ତମାନ କରୋନା ଯୋଗୁଁ ସରକାରଙ୍କ ତରଫରୁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସହ ବିଭିନ୍ନ କଟକଣା ମଧ୍ୟ ଲାଗିରହିଛି ଲୋକଙ୍କ ଜୀବନ ଜୀବିକା ଉପରେ ମଧ୍ୟ ପ୍ରଭାବ ପଡିଛି । ଆର୍ଥିକ କ୍ଷେତ୍ରରେ ଯେପରି ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏପରି ସ୍ଥଳେ ତୈଳ ଦର ବୃଦ୍ଧି ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇ ପଡିଛି । ବର୍ତମାନ ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ୍ ଦର ୧୦୦ ଟପିଲାଣି ।

ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ବହୁଳ ଜିଲ୍ଲାରେ ଏପରି ତୈଳ ଦର ବୁଦ୍ଧିକୁ ନେଇ ଲୋକେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି । ତେଣୁ ଏହି ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି କଂଗ୍ରେସ କମିଟି ତରଫରୁ ଜିଲ୍ଲାର ପ୍ରତ୍ୟେକଟି ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଧାରଣା ଦିଆଯିବା ସହ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଷ ପୁତ୍ତଳିକା ଦାହ କରିଛନ୍ତି । ଯଦି ଆଗାମି ଦିନରେ ଏହି ତୈଳ ଦର କମା ନଯାଏ ତେବେ କଂଗେସ ପକ୍ଷରୁ ଆନ୍ଦୋଳନକୁ ଯୋରଦାର କରାଯିବା ସହ ରାଜରାସ୍ତାକୁ ଓଲ୍ହାଇବ ବୋଲି ଜିଲ୍ଲାକଂଗ୍ରେସ କମିଟିର ସଭାପତି ଗୋବିନ୍ଦ ପାତ୍ର ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ରାମ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଧାରଣା ରେ ପି. କେଶୁ , ଜି. ଶ୍ରୀନିବାସ ରାଓ , ଛବି ଦାସ , ପ୍ରାଣ କୃଷ୍ଣ ବିଶ୍ୱାସ , ପଦ୍ମ ପାଙ୍ଗି , କମଳା ବରାଳ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

Comments
Loading...