ପିସି ନ ଦେଲେ ବିଲ ନାହିଁ, କାମ କରି ବିଲ୍ ନ ମିଳିବାରୁ SHG ଗ୍ରୁପ ଓ ପରିବାରଙ୍କ ସହ ଧାରଣା ଦେଲେ ଠିକାଦାର

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ବିଡିଓଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଠିକାଦାର ଓ ତାଙ୍କ ପରିବାର ଲୋକେ ଆଜି ସକାଳ ଠାରୁ ବିଲ୍ ପାସ କରିବାରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁସାରେ ଠିକାଦାର ନନ୍ଦ ଦୁଲାଲ ମଜୁମଦାର, ମାଲକାନଗିରି ବ୍ଲକ୍ ବିଡିଓ ଅଜୟ କୁମାର ପ୍ରଧାନ ଏବଂ ପିଇଓ ବିଷ୍ଣୁ ଚରଣ ତ୍ରିପାଠୀଙ୍କ ନିର୍ଦ୍ଦେଶ ଅନୁସାରେ ୫ ମାସ ତଳେ ୭ ଗୋଟି ଅର୍ଦ୍ଧ ନିର୍ମିତ ଇନ୍ଦିରା ଆବାସ ନିର୍ମାଣ କରିଥିବା ବେଳେ ଗୌଡଗୁଡା ପଞ୍ଚାୟତରେ ୧୪ଟି,ଗୋରଖୁଣ୍ଚା ପଞ୍ଚାୟତରେ ୩୧ଟି,ଶିଖା ପଲ୍ଲୀ ପଞ୍ଚାୟତରେ ୨୪ଟି,ତଣ୍ଡାପଲ୍ଲୀ ପଞ୍ଚାୟତରେ ୨୮, ତମସା ପଞ୍ଚାୟତରେ ୧୭ଟି ନୂତନ ମୋଟ ୧୧୪ ଟି ପାଇଖାନା ନିର୍ମାଣ କରିଛନ୍ତି l ସରକାରୀ ଯୋଜନା ଅନୁସାରେ ଗୋଟାଏ ପାଇଖାନା ନିର୍ମାଣ ବାବଦକୁ ୧୨ ହଜାର ଟଙ୍କା ଖର୍ଚ୍ଚ ଅଟ୍ଟକଳ ରଖାଯାଇଥିବା ବେଳେ ପାଇଖାନା ନିର୍ମାଣ ବାବଦକୁ ମୋଟ ୧୩ ଲକ୍ଷ ୬୮ ହଜାର ଟଙ୍କା ଏବଂ ଇନ୍ଦିରା ଗୋଟି ଇନ୍ଦିରା ଆବାସ ନିର୍ମାଣ ବାବଦକୁ ୨ ଲକ୍ଷ ୯୦ ହଜାର ଟଙ୍କା ବାବଦକୁ ସର୍ବ ମୋଟ ୧୬ ଲକ୍ଷ ୫୮ ହଜାର ଟଙ୍କା ଜନୈକ ଠିକାଦାର ପାଇବାର ଅଛି l ଠିକାଦାର ନନ୍ଦ ଦୁଲାଲ ମଜୁମଦାର ଇନ୍ଦିରା ଆବାସ ଏବଂ ପାଇଖାନା ନିର୍ମାଣ କରିଥିଲେ ମଧ୍ଯ ବିଡିଓଙ୍କ ଦାବି ମୁତାବକ ପିସି ନଦେବାରୁ ୫ ମାସ ହେଲା ୧୬ ଲକ୍ଷ ୫୮ ହଜାର ଟଙ୍କାର ବିଲ୍ ହୋଇ ପାରୁ ନାହିଁ l

ବିଲ ବାବଦରେ ଗତ ୯ ତାରିଖରେ ବିଡିଓଙ୍କୁ ଲିଖିତ ଦରଖାସ୍ତ କରିଥିଲେ କିନ୍ତୁ ବିଡିଓ କହିଲେ ପ୍ରତି ପାଇଖାନା ବାବଦକୁ ୧୦୦୦ ଟଙ୍କା ଲେଖାଏଁ ପିସି ଦେଲେ ବିଲ୍ ପ୍ରସ୍ତୁତ ହେବା ହୋଇ ପାରିବ l ବିନା ପିସିରେ ସମସ୍ତ ଟଙ୍କା ନେବାର ଯିଦିରେ ଅଟଳ ରହିଥିବା ଠିକାଦାର ଆଜି ମାଲକାନଗିରି ବ୍ଲକ୍ କାର୍ଯ୍ଯାଳୟକ ମୁଖ୍ୟ ଫାଟକ ସମ୍ମୁଖରେ ସପରିବାରେ ଧାରଣାରେ ବସିଛନ୍ତି l ଠିକାଦାରଙ୍କ ପତ୍ନୀ ସୁଲତା ମଜୁମଦାର, ବୁଢି ମା’ ଉର୍ମିଳା, ଦୁଇଜଣ ଛୋଟ ପୁଅ ଝିଅ ଓ SHG ଗ୍ରୁପର ମହିଳା ମାନେ ମଧ୍ୟ ତାଙ୍କ ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ଠିକାଦାର କାମ କରିବା ନିମନ୍ତେ ସ୍ଥାନିୟ SHG ଠାରୁ ୩ ଲକ୍ଷ ଟଙ୍କା ୫ ପ୍ରତିଶତ ସୁଧରେ ଆଣିବା ସହ ଦୋକାନରୁ ଲକ୍ଷ ଲକ୍ଷ ଟଙ୍କାର ସିମେଣ୍ଟ, ରଡ଼, ଅନ୍ୟାନ୍ୟ ଜିନିଷ ସବୁ ବକେୟା ଅର୍ଥ ଆଣିଥିଲେ l ବିଲ ନ ମିଳିଲେ ସେ ଏହି ଟଙ୍କାକୁ ସୁଝିବେ କିପରି ? ତେବେ ଦେଖିବାକୁ ବାକି ରହିଲା ଠିକାଦାରଙ୍କୁ କେବେ ତାଙ୍କର ପ୍ରାପ୍ୟ ଟଙ୍କା ମିଳିବ ଏବଂ ପିସି ମାଗୁଥିବା ଏହି ସରକାରୀ କର୍ମଚାରୀଙ୍କ ପ୍ରତି ପ୍ରଶାସନ କେଉଁ ପଦକ୍ଷେପ ନେଉଛନ୍ତି l

Comments
Loading...